spot_img

Latest Posts

ରାଜଧାନୀରେ ଆମ ବସରେ ଲାଗିଲା ନିଆଁ

ରାଜଧାନୀରେ ଆମ ବସରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ: ପ୍ରତିଦିନ ଆମ ବସକୁ ନେଇ କିଛି ନା କିଛି ଅଘଟଣ ଘଟୁଛି । କେତେବେଳେ ଆମ ବସ୍ ମଣିଷ ମାରୁଛି ତ ଆଉ କେତେ ବେଳେ ନିଆଁ ଲାଗି ଯାଉଛି । ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ନିଆଁ ଲାଗି ଜଳି ଯାଇଛି ଆମ ବସ୍ । ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସାର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Latest Posts

Don't Miss