spot_img

Latest Posts

ଯାତ୍ରୀଙ୍କୁ ଆକ୍ରମଣ କରି ବସରୁ ଠେଲିଦେଲେ ଆମ ବସ୍ କର୍ମଚାରୀ !

ଭୁବନେଶ୍ବର : ରାଜଧାନୀରେ ଆମ ବସ କର୍ମଚାରୀଙ୍କ ଦାଦାଗିରି। ଯାତ୍ରୀଙ୍କୁ ଆକ୍ରମଣ କରି ବସରୁ ଠେଲିଦେଲେ ଆମ ବସ୍ କର୍ମଚାରୀ। ଭୁଲ୍‌ରେ ଏମର୍ଜେନ୍ସି ବଟନରେ ହାତ ବାଜିଗଲା ବୋଲି ପିଟିଲେ କର୍ମଚାରୀ।ଗତକାଲି ଆମ ବସରେ ଭୁବନେଶ୍ବରରୁ କଟକ ଯାଉଥିଲେ ଜଣେ ଯାତ୍ରୀ। ୧୦ଟା ୧୬ ମିନିଟ ସମୟରେ ପାହାଳ ଛକ ନିକଟରେ ବସ୍ ବ୍ରେକ୍ ଦେଇଥିଲା। ଜଣେ ଯାତ୍ରୀ ଛିଡା ହୋଇଥିବାରୁ ତଳେ ପଡିଯିବା ଭୟରେ ସନ୍ତୁଳନ ହାରାଇ ଲୁହା ବାର୍‌କୁ ଜାବୁଡି ଧରିଥିଲେ। ଏହି ବାର୍‌ରେ ଲାଗିଥିବା ଜରୁରିକାଳୀନ ବଟନରେ ତାଙ୍କର ହାତ ବାଜିଯାଇଥିଲା। ଫଳରେ ବସ୍ ଅଟକି ଯାଇଥିଲା। ଏହି ଘଟଣାକୁ ନେଇ ତୁରନ୍ତ ଉଗ୍ର ହୋଇଉଠିଲେ ଆମ ବସ୍ କର୍ମଚାରୀ। ସେ କ’ଣ ପାଇଁ ଜରୁରିକାଳୀନ ବଟନ ଦବାଇଲେ ବୋଲି ଦୁଇ କର୍ମଚାରୀ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଅନ୍ୟ ଯାତ୍ରୀଙ୍କ ଉପସ୍ଥିତରେ ବସ୍ ଭିତରେ ସମ୍ପୃକ୍ତ ଯାତ୍ରୀଙ୍କୁ ଆକ୍ରମଣ କଲେ। ତାଙ୍କୁ ମୁଥ ମାରି ବସ୍‌ରୁ ଠେଲି ଦେଇଥିଲେ। ବାହାରକୁ ନେଇ ନିସ୍ତୁକ ମାଡ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କିଛି ଯାତ୍ରୀ ଏହାକୁ ବିରୋଧ କରିଥିଲେ ମଧ୍ୟ ଆମ ବସ୍ କର୍ମଚାରୀ କିଛି ଶୁଣିନଥିଲେ। ଆମ ବସ୍ କର୍ମଚାରୀ ମାଡ଼ ମାରିବା ଭିଡିଓ ଏବେ ସୋସିଆଲ ମାଡିଆରେ ଭାଇରାଲ ହେଉଛି।

Latest Posts

Don't Miss