spot_img

Latest Posts

କହ୍ନେୟାଲାଲଙ୍କ ପରି PFI ନାଁରେ ଆଉ ଜଣଙ୍କୁ ଆସିଲା ହତ୍ୟା ଧମକ

 ଜୟପୁର: ଟେଲରଙ୍କୁ ମିଳିଲା ହତ୍ୟା ଧମକ । PFI ନାଁରେ ଆସିଲା ହତ୍ୟା ଏବଂ ବମରେ ଉଡାଇଦେବାର ଧମକ । ରାଜସ୍ଥାନ ଅଲୱାର ଜିଲ୍ଲାର ଚିକାନି ସହରରେ ଏକ ଟେଲର ଦୋକାନ ଚଳାଉଥିବା ସୋହାନଲାଲ ଜାଟବଙ୍କୁ ଏମିତି ହତ୍ୟା ଆଶଙ୍କା ରହିଛି। ସୋହାନଲାଲଙ୍କୁ ୧୩ ଦିନ ପୂର୍ବରୁ ପୋଷ୍ଟ ମାଧ୍ୟମରେ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହା ପରେ ବ୍ୟକ୍ତି ଜଣଙ୍କ ଶନିବାର ସଦର ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ସଦର ପୋଲିସ ଷ୍ଟେସନ ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

 

ଅଲୱାର ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଦୀନେଶ ମୀନାଙ୍କ କହିବାନୁସାରେ, ପିଏଫ୍ଆଇ ନାମରେ ପୋଷ୍ଟ ମାଧ୍ୟମରେ ସୋହାନଲାଲ ଜାଟଭଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ଡିସେମ୍ବର ୩୧ ସୁଦ୍ଧା ଦୋକାନ ଖାଲି କରିବାକୁ ଟେଲରଙ୍କୁ କୁହାଯାଇଛି । 

 

ଚିଠିରେ ଲେଖା ଯାଇଛି ଯେ,  ଏହି ଦୋକାନର ଉଚିତ ମୂଲ୍ୟ ନେଇ ଦୋକାନ ଖାଲି କର । ଯଦି ଖାଲି ନ କରିବ ତାହାଲେ ଜାଣିବ ମୁଁ କିଏ । ମୁଁ ତମକୁ ୩୧ ଡିସେମ୍ବର ଯାଏ ସମୟ ଦେଉଛି ।

ନ ହେଲେ ରାତିକରେ ମୁଁ ବୋମା ପକାଇ ସବୁ ଉଡାଇଦେବି ।

 

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ପୂର୍ବେ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା କେବଳ ରାଜସ୍ଥାନ ନୁହେଁ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ହତ୍ୟାକାଣ୍ଡରେ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି ।

Latest Posts

Don't Miss