ଦଳିତ ପରିବାରର ଅଭିଯୋଗ: ପ୍ରଥମେ ବଳପୂର୍ବକ ଧର୍ମ ବଦଳାଇଲେ,ଏବେ ହତ୍ୟା ଧମକ

1 min read

ଅଲବର: ରାଜସ୍ଥାନର ଅଲବର ଜିଲ୍ଲାର ଏକ ଦଳିତ ପରିବାରର ଜବରଦସ୍ତ ଧର୍ମ ପରିବର୍ତ୍ତନର ଖବର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦଳିତ ପରିବାରର ଅଭିଯୋଗ ଯେ, ସେମାନଙ୍କୁ ଯେଉଁ ଧର୍ମରେ ସାମିଲ କରାଯାଇଥିଲେ ସେହି ଧର୍ମ ଛାଡି ପୁଣି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପୁରା ପରିବାରକୁ ଜୀବନରେ ମାରିଦେବା ଧମକ ମିଳୁଛି । ପରିବାରର ଅଭିଯୋଗ ଯେ, ନୂଆ ଧର୍ମରେ ସାମିଲ ହେବା ପରେ ସେମାନଙ୍କୁ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଥିଲା । ତେଣୁ ସେମାନେ ପୁଣି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ତେବେ ଏବେ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଛି । ଏନେଇ ଏହି ପରିବାର ପକ୍ଷରୁ ଅଦାଲତରେ ଆବେଦନ କରାଯାଇଛି । ଆବେଦନରେ ସୁରକ୍ଷା ପାଇଁ ନିବେଦନ କରାଯାଇଛି ।

ଅଲବରର ଭୟାଡି ଗାଁର ମେମଚନ୍ଦ ଓରଫ ମହମ୍ମଦ ଅନ୍ନସଙ୍କ ଆନୁସାରେ ତାଙ୍କ ଗାଁକୁ ହରିୟାଣାର ଫିରୋଜପୁର ଝିରକାର ଇବ୍ରାହିମ ବାସ ମଝିରେ ମଝିରେ ଆସିଥାନ୍ତି । କାରଣ ଇବ୍ରାହିମର ସଂପର୍କୀୟ ସେମାନଙ୍କ ଗାଁରେ ରୁହନ୍ତି । ମେମଚନ୍ଦଙ୍କ ଅନୁସାରେ ସତ୍ତାର,ତୟାବ ଓ ଶାହଜାଦ ସମେତ ୧୫ ଜଣ ଲୋକ ଇବ୍ରାହିମ ସହ ମିଶି ଜୋରଜବରଦସ୍ତ ତାଙ୍କ ଧର୍ମ ବଦଳାଇ ଥିଲେ । ଏଥିପାଇଁ ତାଙ୍କୁ ହରିୟାଣା ନିଆଯାଇଥିଲା । ସେଠାରେ ତାଙ୍କର ଖତନା ହୋଇଥିଲା । ଏହାପରେ ସେଠାରେ ତାଙ୍କୁ ରହିବା ପାଇଁ ଜମି ମଧ୍ୟ ଦିଆଯାଇଥିଲା ।ସେଠାରୁ ତାଙ୍କୁ ଜମ୍ମୁ-କାଶ୍ମୀର ନିଆଯାଇଥିଲା । ମେମଚନ୍ଦଙ୍କ ଅନୁସାରେ ଯେଉଁମାନେ ତାଙ୍କ ଧର୍ମ ପରିବର୍ତ୍ତନ କରିଥିଲେ ସେମାନେ ତାଙ୍କ ପତ୍ନୀଙ୍କ ସହ ସଂପର୍କ ରଖିବାକୁ ଚାହୁଁଥିଲେ । ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା ।କୌଣସି ମତେ ସେ ଜମ୍ମୁ କାଶ୍ମୀରରୁ ଚାଲି ଆସି ଏବେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply