ଟ୍ରେନ ଚାଳକଙ୍କ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ୍

କଳାହାଣ୍ଡି : ନିଶ୍ଚିତ ବିପଦରୁ ରକ୍ଷା ପାଇଗଲା ଟ୍ରେନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଲୁମିନିୟମ ବୋଝଇ ଟ୍ରେନ ବଗି ଛିଣ୍ଡି ହୋଇଗଲା ଅଲଗା । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟିର ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି। ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍ । ଘଟଣା ସ୍ଥଳରେ ସେଠାରେ ରେଳ ବିଭାଗ ପହଞ୍ଚି ତଦନ୍ତ କରିଛି ।