spot_img

Latest Posts

ବିଭିନ୍ନ ଦେଶରୁ ବିତାଡିତ ହୋଇଛନ୍ତି ପ୍ରାୟ ପାଞ୍ଚ ହଜାର ପାକିସ୍ତାନୀ ଭିକାରୀ

ନନ୍ଦିଘୋଷ ବ୍ୟୁରୋ :  ଲୋକମାନେ ବିଦେଶରେ କାମ କରିବା କିମ୍ବା ଏକ ଭଲ ଜୀବନ ବଞ୍ଚିବା ଆଶାରେ ନିଜ ଦେଶ ଛାଡିଥାନ୍ତି । କିନ୍ତୁ ହଜାର ହଜାର ପାକିସ୍ତାନୀ ନାଗରିକ ବିଦେଶରେ ଭିକ ମାଗିବାକୁ ନିଜର ବୃତ୍ତି କରିନେଇଛନ୍ତି। ଏହି କାରଣରୁ ୨୦୨୪ ଏବଂ ୨୦୨୫ ର ପ୍ରଥମ ପାଞ୍ଚ ମାସରେ ବିଭିନ୍ନ ଦେଶରୁ ମୋଟ ୫୪୦୨ ଜଣ ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ କରାଯାଇଛି  ।

ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ଏନଏରେ ଉପସ୍ଥାପିତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଲୋକମାନେ ଭିସା ସହିତ ଉପସାଗରୀୟ ଦେଶ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ପହଞ୍ଚିଥିଲେ, କିନ୍ତୁ ସେଠାକୁ ଯିବା ପରେ ସେମାନେ ଭିକ ମାଗିଥିଲେ । ଅନେକ ଲୋକ ଧାର୍ମିକ ଭିସା କିମ୍ବା ଓ୍ବର୍କ ଭିସାର ଆଶ୍ରୟ ନେଇଥିଲେ, କିନ୍ତୁ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଅନ୍ୟ କିଛି ଥିଲା।

ରିପୋର୍ଟ ଅନୁଯାୟୀ, କେବଳ ୨୦୨୪ ମସିହାରେ ବିଭିନ୍ନ ଦେଶରୁ ୪,୮୫୦ ଜଣ ପାକିସ୍ତାନୀ ଭିକାରୀଙ୍କୁ ଫେରାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟକ ଲୋକ ସାଉଦି ଆରବରୁ ବହିଷ୍କୃତ ହୋଇଥିଲେ। ସାଉଦି ଆରବରୁ ୪,୪୯୮ ଭିକାରୀଙ୍କୁ ବହିଷ୍କାର କରାଯାଇଛି। ଏହା ବ୍ୟତୀତ, ଇରାକରୁ ୨୪୨ ଜଣ, ମାଲେସିଆରୁ ୫୫ ଜଣ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ୪୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

୨୦୨୫ ମସିହାର ପ୍ରଥମ ପାଞ୍ଚ ମାସରେ ମଧ୍ୟ ୫୫୨ ଜଣ ଭିକାରୀଙ୍କୁ ବିଦେଶରୁ ବାହାର କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେବଳ ସାଉଦି ଆରବରୁ ୫୩୫ ଜଣ, ୟୁଏଇରୁ ୯ ଜଣ ଏବଂ ଇରାକରୁ ୫ ଜଣଙ୍କୁ ବହିଷ୍କାର କରାଯାଇଥିଲା। ଏତେ ସଂଖ୍ୟାରେ ଭିକାରୀଙ୍କ ଫେରିବା ପାକିସ୍ତାନର ପ୍ରବାସୀ ନୀତି ଏବଂ ଭିସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

Latest Posts

Don't Miss