କରୋନା ଆତଙ୍କ: ପ୍ରତି ୧୬ ସେକେଣ୍ଡରେ ଯିବ ଗୋଟିଏ ନବଜାତ ଶିଶୁର ଜୀବନ…

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣର ପରୋକ୍ଷ ପ୍ରଭାବ ନବଜାତ ଶିଶୁମାନଙ୍କ ଠାରେ ଦେଖିବାକୁ ମିଳୁଛି । ସଂକ୍ରମିତ ଗର୍ଭବତୀ ଜନ୍ମ ଦେଉଥିବା ଶିଶୁ କୋଭିଡର ଶୀକାର ହେବାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଲାଣି । ଅନେକ କ୍ଷେତ୍ରରେ ନବଜାତ ଶିଶୁ ମୃତ୍ୟୁ ଘଟିବା ଖବର ଏବେ ବିଶ୍ୱ ସ୍ୱାସ୍ଥ ସଙ୍ଗଠନର ସମସ୍ୟା ବଢାଇଛି । ଏଣୁ ବାସ୍ତବରେ କରୋନା ସଂକ୍ରମଣ ଏହି ଭଳି ଭାବେ ସକ୍ରିୟ ରହିଲେ ନବଜାତ ଶିଶୁଙ୍କ ଉପରେ କି ପ୍ରଭାବ ପଡ଼ିବ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟରେ କୋଭିଡ୍ ନବଜାତ ଶିଶୁଙ୍କ କ୍ଷେତ୍ରରେ ଅଧିକ ଭୟଙ୍କର ବୋଲି ଦର୍ଶାଯାଇଛି । ୟୁଏନଏ ଓ ୟୁନିସେଫ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ସଂକ୍ରମଣର ମାତ୍ରା ଏଭଳି ବଢିଲେ ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ନେବ । ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରତି ବର୍ଷ କେବଳ ସଂକ୍ରମଣ କାରଣରୁ ଜୀବନ ହରାଇବେ ।ତେବେ ନବଜାତ ଶିଶୁ ଜନ୍ମ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଆଫ୍ରିକୀୟ ଓ ମଧ୍ୟ ଏସିଆ ଦେଶଗୁଡିକ ରହିଛନ୍ତି ।

ଏହି ଦେଶଗୁଡିକରେ ଜନ୍ମ ନେଉଥିବା ପ୍ରତି ୪ଟି ଶିଶୁରୁ ଜଣେ ଶିଶୁ ଜନ୍ମ ହେବା ପୂର୍ବରୁ ମୃତ୍ୟବରଣ କରେ । ଏଭଳି ସଂଖ୍ୟା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବା ବେଳେ ଭାରତର  ପ୍ରଦର୍ଶନ ମଧ୍ୟ ଖରାପ ପ୍ରଦର୍ଶନ କରୁଥିବା ଦେଶ ମଧ୍ୟରେ ହୁଏ । ବିଶେଷ ଭାବେ ବିକାଶଶୀଳ ଦେଶଗୁଡିକରେ ଏହି ସମସ୍ୟା ପ୍ରମୁଖ ଆହ୍ୱାନ ଭାବେ ଠିଆ ହୋଇଛି । ଏବେ କରୋନା ସଂକ୍ରମଣର ମାତ୍ରା ବଢିବାପରେ ଏହି ଦେଶ ପାଇଁ ଚିନ୍ତା ବଢିଛି ।

Leave a Reply