ଅଲ୍ଲୁ ଅର୍ଜୁନଙ୍କ ମୁହଁରେ KGF-2ର ପ୍ରଶଂସା

1 min read

ମୁମ୍ବାଇ: KGF-2 ବକ୍ସ ଅଫିସରେ କରୁଛି ଛପର ଫାଡ୍ ବିଜନେସ । ଏପ୍ରିଲ ୧୪ରେ ରିଲିଜ ହୋଇଥିବା କେଜିଏଫ-୨ ମାତ୍ର ୯ ଦିନିରେ ୮ ଶହ କୋଟି ଟଙ୍କାର କାରବାର କରିସାରିଲାଣି । ରିଲିଜର ଗୋଟିଏ ସପ୍ତାହ ବିତି ଯାଇଥିଲେ ବି ଲୋକଙ୍କ ମଧ୍ୟରେ ଷ୍ଟାର୍ ୟଶ, ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନଙ୍କୁ ଦେଖିବାକୁ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା KGF-2 । ଫିଲ୍ମ ଷ୍ଟାର ହୁଅନ୍ତୁ ଅବା, ରାଜନେତା, ବିଜନେସ ମ୍ୟାନ ହୁଅନ୍ତୁ ଅବା ସାଧାରଣ ଜନତା, ସବୁଠି କେଜିଏଫ-୨କୁ ନେଇ ଚର୍ଚ୍ଚା ଓ ପ୍ରଶଂସା । ଆଉ ଏହି ପ୍ରଶଂସାରେ ଯୋଡ଼ି ହୋଇଛି ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନାଁ ।

ସାଥୀ କଳାକଳାରଙ୍କ କାମକୁ ପ୍ରଶଂସା କରିବାରେ ସବୁ ବେଳେ ଆଗରେ ରହୁଥିବା ଅଲ୍ଲୁ ଅର୍ଜୁନଙ୍କ ଏବେ କେଜିଏଫ-୨କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏଇ କେଇ ଦିନ ପୂର୍ବେ ତାଙ୍କ ଅଭିନିତ ‘ପୁଷ୍ପା’ ସୁପରହିଟ ସାବ୍ୟସ୍ଥ ହୋଇଥିଲା । ଏହାପରେ ପରେ ଆସିଥିବା RRRକୁ ଅଲ୍ଲୁ ଅର୍ଜୁନ ପ୍ରଶଂସା କରିଥିବା ବେଳେ ଏବେ କେଜିଏଫ-୨କୁ ମଧ୍ୟ ତାରିଫ କରିବାକୁ ଭୁଲି ନାହାନ୍ତି ।

କେଜିଏଫ-୨ ଦେଖିବା ପରେ ଅଲ୍ଲୁ ଫିଲ୍ମର ପୂରା ଟିମକୁ ପ୍ରଶଂସା ନକରି ରହିପାରିନାହାନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ସେ ପୂରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଷ୍ଟାର୍ ୟଶ, ଅନ୍ୟ କଳାକାର ଏବଂ ପୂରା ଟିମକୁ ପ୍ରଶଂସା କରିବା ସହ ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘କେଜିଏଫ-୨କୁ ବହୁତ ବହୁତ ଶୁଭକାମନା । ୟଶଙ୍କ ଅଭିନୟକୁ କଥାରେ କହି ହେବନି । ରବିନା ଟଣ୍ଡନ, ସଞ୍ଜୟ ଦତ୍ତ ଏବଂ ଶ୍ରୀନିଧିଙ୍କ ମ୍ୟାଗନେଟିକ ପ୍ରଜେନ୍ସ ଦେଖିବାକୁ ମିଳିଲା । ଆଉଟଷ୍ଟାଣ୍ଡିଂ ବିଜି ସ୍କୋର ଓ ଭିଜୁଆଲାଇଜେନସ ପାଇଁ ରବି ବସୁ ପ୍ରଶଂସା ଯୋଗ୍ୟ । ସବୁ ଟେକ୍ନିସିଆନଙ୍କୁ ମୋର ଶୁଭେଚ୍ଛା ଏବଂ ପ୍ରଶାନ୍ତ ନୀଲଙ୍କୁ ମୋର ଆନ୍ତରିକ ସମ୍ମାନ। ଭାରତୀୟ ସିନେମାର ଝଣ୍ଡା ଉଚ୍ଚା କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ।’

ଅଲ୍ଲୁ ଅର୍ଜୁନଙ୍କୁ ୟଶ ଓ ରବିନାଙ୍କ ପ୍ରଶଂସା

ଅଲ୍ଲୁ ଅର୍ଜୁନଙ୍କ ପୋଷ୍ଟ ଆସିବା ପରେ ସଙ୍ଗେ ସଙ୍ଗେ ୟଶ ପ୍ରତିକ୍ରିୟା ଦେଇଥିଲେ । ଅଲ୍ଲୁଙ୍କ ପୋଷ୍ଟରେ ସେ ହାତ ଯୋଡି ଧନ୍ୟବାଦ ଜଣାଇଛନ୍ତି । ଏହାସହ ଲେଖିଛନ୍ତି, ‘ଆପଣଙ୍କ କଠିନ ପରିଶ୍ରମ ଓ ଦୃଢ ବିଶ୍ବାସକୁ ମୁଁ ସବୁବେଳେ ପ୍ରଶଂସା କରି ଆସିଛି । ଆପଣ ଆହୁରି ଅଧିକ ଭଲ କରନ୍ତୁ ।’

ସେହିପରି ଶ୍ରୀନିଧି ମଧ୍ୟ ଅଲ୍ଲୁ ଅର୍ଜୁନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ରବିନା ଟଣ୍ଡନ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ‘Thank you @alluarjun… ମୁଁ ତୁମର ବହୁତ ବଡ ପ୍ରଶଂସକ । ପୁଷ୍ପାରେ ଆପଣଙ୍କ ଅଭିନୟ ଲାଜଓ୍ବାବ ଥିଲା ।’