’ପୁଷ୍ପା’ର ନିର୍ଦ୍ଦେଶକ ସୁକୁମାରଙ୍କୁ ଜନ୍ମଦିନରେ ଏମିତି ଓ୍ବିସ୍ କଲେ ଅଲ୍ଲୁ ଅର୍ଜୁନ

1 min read

ହାଇଦ୍ରାବାଦ: ଗୁରୁବାର ବହୁ ଚର୍ଚ୍ଚିତ ସାଉଥ ଫିଲ୍ମ ’ପୁଷ୍ପା’ର ନିର୍ଦ୍ଦେଶକ ସୁକୁମାରଙ୍କ ଜନ୍ମଦିନ । ତେବେ ସୁକୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ନାୟକ ଅଲ୍ଲୁ ଅର୍ଜୁନ । ସେ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାକି, ସୁଟଂ ସେଟର । ସୁକୁମାରଙ୍କ ସହ ଅଲ୍ଲୁ ଅର୍ଜୁନ ବସିଥିବାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ଲାଇକ ଏବଂ ସେୟାର କରୁଛନ୍ତି । କେମଣ୍ଟରେ ହାପି ବାର୍ଥ ଡେ’ ଓ୍ବିସ ମଧ୍ୟ କରୁଛନ୍ତି ୟୁଜର୍ସ । ସେପଟେ ’ପୁଷ୍ପା-୨’ର ସୁଟିଂ ଚାଲିଥିବାବେଳେ ଅନ୍ୟ ଷ୍ଟାଫମାନେ ମଧ୍ୟ ଓ୍ବିସ କରିଛନ୍ତି ।

ପୁଷ୍ପା ସାରା ବିଶ୍ବରେ ବେଶ ପ୍ରଶଂସା ସାଉଁଣ୍ଟିଥିବାବେଳେ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିଲା । ପୁଷ୍ପା ଦ୍ବିତୀୟ ଭାଗ ଆସିବାକୁ ଥିବାବେଳେ ଏହା ମଧ୍ୟ ଭଲ ରୋଜଗାର କରିବ ବୋଲି ଆଶା ରଖାଯାଇଛି । ଏହାର ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ପୁଷ୍ପାର ଦ୍ବିତୀୟ ଭାଗ ରିଲିଜ ହେବାକୁ ଯାଉଛି ।