କଣ୍ଟ୍ରୋଲ ଦୋକାନରେ ପ୍ଲାଷ୍ଟିକ ଚାଉଳ ବିକ୍ରି ଅଭିଯୋଗ

ଦିଗପହଣ୍ଡି: କଣ୍ଟ୍ରୋଲ ଦୋକାନରେ ପ୍ଲାଷ୍ଟିକ ଚାଉଳ ବିକ୍ରି ଅଭିଯୋଗ । ଗରିବ ଲୋକଙ୍କ ପାଇଁ ଆସୁଛି କି ଏହି ଚାଉଳ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଖିଲିଙ୍ଗ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ମିଳୁଥିବା ଜଣାପଡ଼ିଛି । ହିତାଧିକାରୀ ପ୍ରତି ଥର ଭଳି ଏଥର କଣ୍ଟ୍ରୋଲ ଦୋକାନରୁ ଚାଉଳ ଆଣିଥିଲେ ।

ତେବେ ରୋଷେଇ ପାଇଁ ଚାଉଳ ଧୋଇବାକୁ ନେବାବେଳେ ପାଣିରେ ଚାଉଳ ଭାସୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଏହା ପ୍ଲାଷ୍ଟିକ ଚାଉଳ ବୋଲି ଜଣାପଡିଥିଲା ।

ଚାଉଳରେ ଅପମିଶ୍ରଣ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖିଲିଙ୍ଗ ସରପଞ୍ଚ ଏଭଳି ଅଭିଯୋଗ ଶୁଣିବା ପରେ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏହି ପ୍ଲାଷ୍ଟିକ ଚାଉଳର ଭାତ ଖାଇଲେ ଦେହ ଅସୁସ୍ଥ ହେବାର ଆଶଙ୍କା ରହିଛି ।

Leave a Reply