ବାବା ବିଶ୍ୱନାଥଙ୍କ ମନ୍ଦିରରେ ଠକେଇ: PMOରେ ଅଭିଯୋଗ, ଆକ୍ସନରେ ପୋଲିସ

ବାରଣାସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଟକେଇ ଅଭିଯୋଗ  । ଅଭିଯୋଗ ଯାଇ ଦିଲ୍ଲୀରେ ପହଁଚିଛି  । ପୁଣି ପ୍ରଧାନମନ୍ତ୍ରୀଙ୍କ ପାଖରେ  । କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରଶସ୍ତ ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ମନ୍ଦିରର ଉନ୍ନତି କରଣକୁ ଉଦଘାଟନ କରିଛନ୍ତି  । ଏହାପରେ ସେଠାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ଘଟିଛି  ।

କିନ୍ତୁ ଏହାରି ଭିତରେ ଠିଆ ହୋଇଛି ଏକ ବିବାଦ  । ଆସୁଥିବା ଶ୍ରଦ୍ଧାଳୁଙ୍କୁ ଆଖି ବୁଜି ଠକା ଯାଉଥିବା ଅଭିଯୋଗ ହୋଇଛି  । ଯେଉଁ ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଁଚିଛି  । ଯାହା ପରେ ଆକ୍ତିଭ ମୋଡକୁ ଆସିଯାଇଛି ସ୍ଥାନୀୟ ପ୍ରଶାସନ  । ଫୁଲ ମାଳରୁ ଆରମ୍ଭ କରି ଭୋଗ ଏବଂ ପ୍ରସାଦ  । ସବୁଥିରେ ଲୁଟର ଶିକାର ହେଉଛନ୍ତି ଆସୁଥିବା ଭକ୍ତ  ।

ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଫୁଲ ବ୍ୟବସାୟୀ, ପ୍ରସାଦ ଦୋକାନ ଉପରେ ନଜର ରଖିଛି ବାରଣାସୀ ପୋଲିସ । ସାମାନଙ୍କ ସହ ବୈଠକ କରିବା ସହ ଏକ ନିର୍ଦ୍ଧିଷ୍ଟ ରେଟ ଚାଟ କରିବାକୁ ନିଷ୍ପତ୍ତି ନିଆଯାଇଛି  । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି  । ଜଣେ ଭକ୍ତ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କୁ ଦର୍ଶନ ନିମନ୍ତେ ଠକି ନେଇଛନ୍ତି ମନ୍ଦିର ପୁରୋହିତ  ।
ଦର୍ଶନ କରାଇବା ପାଇଁ ଜଣେ ନନା ଉକ୍ତ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି  । ସଠିକ କାର୍ଯ୍ୟାନୁଷ୍ଠା କରିବା ନିମନ୍ତେ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ଏକ ଅଭିଯୋଗ ପତ୍ର ଲେଖିଛନ୍ତି  । ଯାହା ବାରଣାସୀ ପୋଲିସ ଆଖିରୁ ନିଦ ହଜାଇଦେଇଛି  ।