ବାବା ବିଶ୍ୱନାଥଙ୍କ ମନ୍ଦିରରେ ଠକେଇ: PMOରେ ଅଭିଯୋଗ, ଆକ୍ସନରେ ପୋଲିସ
ବାରଣାସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଟକେଇ ଅଭିଯୋଗ । ଅଭିଯୋଗ ଯାଇ ଦିଲ୍ଲୀରେ ପହଁଚିଛି । ପୁଣି ପ୍ରଧାନମନ୍ତ୍ରୀଙ୍କ ପାଖରେ । କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରଶସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ମନ୍ଦିରର ଉନ୍ନତି କରଣକୁ ଉଦଘାଟନ କରିଛନ୍ତି । ଏହାପରେ ସେଠାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ଘଟିଛି ।
କିନ୍ତୁ ଏହାରି ଭିତରେ ଠିଆ ହୋଇଛି ଏକ ବିବାଦ । ଆସୁଥିବା ଶ୍ରଦ୍ଧାଳୁଙ୍କୁ ଆଖି ବୁଜି ଠକା ଯାଉଥିବା ଅଭିଯୋଗ ହୋଇଛି । ଯେଉଁ ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଁଚିଛି । ଯାହା ପରେ ଆକ୍ତିଭ ମୋଡକୁ ଆସିଯାଇଛି ସ୍ଥାନୀୟ ପ୍ରଶାସନ । ଫୁଲ ମାଳରୁ ଆରମ୍ଭ କରି ଭୋଗ ଏବଂ ପ୍ରସାଦ । ସବୁଥିରେ ଲୁଟର ଶିକାର ହେଉଛନ୍ତି ଆସୁଥିବା ଭକ୍ତ ।
ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଫୁଲ ବ୍ୟବସାୟୀ, ପ୍ରସାଦ ଦୋକାନ ଉପରେ ନଜର ରଖିଛି ବାରଣାସୀ ପୋଲିସ । ସାମାନଙ୍କ ସହ ବୈଠକ କରିବା ସହ ଏକ ନିର୍ଦ୍ଧିଷ୍ଟ ରେଟ ଚାଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । ଜଣେ ଭକ୍ତ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କୁ ଦର୍ଶନ ନିମନ୍ତେ ଠକି ନେଇଛନ୍ତି ମନ୍ଦିର ପୁରୋହିତ ।
ଦର୍ଶନ କରାଇବା ପାଇଁ ଜଣେ ନନା ଉକ୍ତ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ସଠିକ କାର୍ଯ୍ୟାନୁଷ୍ଠା କରିବା ନିମନ୍ତେ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ଏକ ଅଭିଯୋଗ ପତ୍ର ଲେଖିଛନ୍ତି । ଯାହା ବାରଣାସୀ ପୋଲିସ ଆଖିରୁ ନିଦ ହଜାଇଦେଇଛି ।