କର୍ଣ୍ଣାଟକ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ଚେନ୍ନାଇ: ଦୁର୍ନୀତିରେ ଡୁବିଛନ୍ତି କର୍ଣ୍ଣାଟକର ବାସବରାଜ ସରକାରଙ୍କ ମନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଈଶ୍ବରାପ୍ପାଙ୍କ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ବିରୋଧୀ ଆଣିଛନ୍ତି ଦୁର୍ନୀତି ଅଭିଯୋଗ । ସବ୍ ଇନ୍ସପେକ୍ଟର ନିଯୁକ୍ତିରେ ଅନିୟମିତତାକୁ ନେଇ କର୍ଣ୍ଣାଟକ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

କର୍ଣ୍ଣାଟକ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତିରେ ହେରଫେର କରାଯାଇଥିବା ବେଳେ ଏଥରେ ମନ୍ତ୍ରୀ ଅଶ୍ବତ୍ଥ ନାରାୟଣଙ୍କ ଭାଇଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଗତ ଦୁଇ ବର୍ଷ ଧରି କର୍ଣ୍ଣାଟକ ସରକାର ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ସବୁ ସତ୍ୱେ ସରକାର ଦୁର୍ନିତୀଗ୍ରସ୍ତ ନେତା ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନ୍ନକ ବୋଲି କହିଛି କଂଗ୍ରେସ  ।