ଅପରାଜିତାଙ୍କ ନାଁ ରେ ୱାର୍ଡବାସୀଙ୍କ ଅଭିଯୋଗ, ସାଂସଦ ଆମକୁ ଅପମାନିତ କରୁଛନ୍ତି

ଭୁବନେଶ୍ୱର: ରାଜନୖତିକ ଅଭିସନ୍ଧି ରଖି ଭୁବନେଶ୍ୱର ମହାନଗର ନିଗମର ୪୫ ନମ୍ବର ଓ୍ବାର୍ଡକୁ ଅଯଥା ବଦନାମ କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟ ଓ୍ୱାର୍ଡର ସମସ୍ୟାକୁ ୪୫ ନମ୍ବର ଓ୍ୱାର୍ଡର ବୋଲି କହି ସାଂସଦ ଓ୍ବାର୍ଡବାସୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ।  ଏ ନେଇ ଓ୍ୱାର୍ଡବାସୀ ଭୁବେନଶ୍ୱର ଜୟଦେବ ଭବନ ସମ୍ମୁଖରେ ଅପରାଜିତାଙ୍କୁ ବିରୋଧ କରିଛନ୍ତି ।

୪୩ ନମ୍ବର ଓ୍ବାର୍ଡରେ ରହିଛି ଫିସରି ପୋଖରୀ । କିନ୍ତୁ ସେଥିରେ ନିମ୍ନମାନର କାମର ଅଭିଯୋଗ ହୋଇଥିବା ବେଳେ ଏହା ୪୫ ନମ୍ବର ଓ୍ବାର୍ଡରେ ରହିଛି ବୋଲି ଅପରାଜିତା କହିଛନ୍ତି । ଏହାସହ କୋଭିଡ କଟକଣା ସମୟରେ ପାର୍କରେ ତାଲା ଭାଙ୍ଗି ବୃକ୍ଷ ରୋପଣ କରିବା ଏବଂ ଶବର ସାହିରେ ଥିବା ବିଏମ୍ସି ଘରକୁ ଜବରଦଖଲ କରିବାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply