୫ ମାସ ଧରି ବନ୍ଦ ଘରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ…

ରାଉରକେଲାରେ ପୁଣି ଲଜ୍ଜା । ଜଣେ ନାବାଳିକାଙ୍କୁ ଉଠାଇ ନେଇ ବାରମ୍ଵାର ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଏପରିକି ଗତ ୫ମାସ ହେଲା ଏକ ବନ୍ଦ ଘରେ ଅଟକ ରଖି ଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ଅଭିଯୋଗ ପରେ ବୀରମିତ୍ରପୁର ଥାନା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ମୋଟ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତ ଯୁବକଙ୍କଙ୍କ ସମ୍ପର୍କୀୟ ମାନେ ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାଡ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।