ବିଜେପି କର୍ମୀଙ୍କ ଦାଦାଗିରି: ପଞ୍ଚାୟତ କାର୍ଯ୍ୟାଳୟରେ ପଶି ସରକାରୀ ଅଧିକାରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗ
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ଦାଦାଗିରି । ଅଫିସ ଭିତରେ ପଶି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ମାରିବା ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ । ଘଟଣାକୁ ନେଇ ଖୁଣ୍ଟୁଣୀ ଥାନାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦିବ୍ୟାନୁ ରଞ୍ଜନ ବେହେରାଙ୍କ ଏତଲା ।
୪ରୁ ୫ ଜଣ ଯୁବକ ଆସି ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ଦିବ୍ୟାନୁ । ଖୁଣ୍ଟୁଣୀ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଏଡିଓ କାର୍ଯ୍ୟାଳରେ କାର୍ଯ୍ୟ କରୁଥିବା ବେଳେ ତପନ ପ୍ରଧାନ ଓ ପରେଶ ସାହୁଙ୍କ ସହ ତିନି ଜଣ ଯୁବକ ଆସି ଦିବ୍ୟାନୁଙ୍କୁ ଆକ୍ରମଣ କରିବା ସହ ତାଙ୍କ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ପରେ ଏଡିଓ ଆସି ତାଙ୍କୁ ରକ୍ଷା କରିଥିବା ଏତଲାରେ ଦର୍ଶାଇଛନ୍ତି । ଏନେଇ ଆଠଗଡ଼ ବ୍ଲକର ସମସ୍ତ ପଦାଧିକାରୀ ଖୁଣ୍ଟୁଣି ଥାନାର ଦ୍ୱାରସ୍ଥ ହେବା ସହ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି ।