spot_img

Latest Posts

ଚିଟ୍‌ଫଣ୍ଡ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ଜେଲରେ ଆକ୍ରମଣ, ଲକ୍ଷ୍ମୀସାଗର ଥାନାରେ ଦେଲେ ଅଭିଯୋଗ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ଜେଲରେ ଆକ୍ରମଣ । ଝାରପଡ଼ା ଜେଲରେ ଜଣେ ଅନ୍ତେବାସୀ ପ୍ରଦୀପ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନାରାୟଣ ମହାନ୍ତି ନାମକ ଅନ୍ତେବାସୀ ଆକ୍ରମଣ କରିଥିବା ଅଭିଯୋଗ । ଜାତିଆଣ ଆକ୍ଷେପ ଓ ଆକ୍ରମଣ ନେଇ ଲକ୍ଷ୍ମୀସାଗର ଥାନାରେ ହୋଇଛି ଅଭିଯୋଗ । ଗତକାଲି ଏନେଇ ଏତଲା ହୋଇଥିବା ଜେଲ୍‌ ସୁପରିନଟେଣ୍ଡେଣ୍ଟ ସ୍ପଷ୍ଟ କରିଛନ୍ତି  ।

୨୦୧୩ ମସିହାରେ ଅର୍ଥତତ୍ବ ଚିଟ୍‌ଫଣ୍ଡ ମାମଲାରେ ପ୍ରଦୀପ ସେଠୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ୨୦୧୬ରେ ସେ ନିଜର ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଜେଲ୍‌ ଫେରିଥିଲେ। ସେହିଭଳି ଜେଲ୍‌ର ଜଣେ ସହାୟକଙ୍କ ସହ ଯୁକ୍ତିତର୍କ ପରେ ଗତ ଜାନୁଆରି ମାସରେ ଏକ ବିଦ୍ୟୁତ ତାରରେ ବେକକୁ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜେଲ୍‌ କର୍ତ୍ତୃପକ୍ଷ କବାଟ ଭାଙ୍ଗି ତାଙ୍କୁ ଜେଲ୍‌ ଶୌଚାଳୟରୁ ଉଦ୍ଧାର କରିଥିଲେ।

Latest Posts

Don't Miss