ଗୁଟଖା ଦେବା ବାହାନାରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ

Keonjhar ADJ Court Sentence 20 Years Jail To Two Accused

ଢେଙ୍କାନାଳ: ମାନସିକ ବିକାରଗ୍ରସ୍ତ ଓ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ । କରୋନା କାଳରେ ଲମ୍ଭି ଚାଲିଛି କଳଙ୍କିତ ଅଧ୍ୟାୟ । ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ କଳା ଫର୍ଦ୍ଦ । ଅସହାୟତାର ସୁଯୋଗ ଉଠାଉଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ।

ସୂଚନା ମୁତାବକ, ଗତ ୨୫.୧୧.୨୦୨୦ ରିଖ ସଂନ୍ଧ୍ୟା ସମୟରେ ନାବାଳିକାଟି ଘର ନିକଟରେ ଥିବାବେଳେ ଗ୍ରାମର ଜଣେ ଯୁବକ ନେହୁରୁ ସାହୁ ତାକୁ ଗୁଟଖା ଦେବା ବାହାନାରେ ଡାକି ନେଇଥିଲା । ଘରଠାରୁ ୧୦୦ ମିଟର ଦୁର ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ତା ସହ ଦୁଷ୍କର୍ମ କରିଥିଲା । ତେବେ ଦୁଷ୍କର୍ମ କରୁଥିବା ବେଳେ ନାବାଳିକାଟିର ଚିତ୍କାର ଶୁଣି ପଡୋଶି ଓ ସମ୍ପର୍କିୟ ସେଠାରେ ପହଞ୍ଚିଥିଲେ । ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଯୁବକ ଜଣକ ସେଠୁ ଛାଡି ପଳାଇଯାଇଥିଲା ।

ପରିବାର ଲୋକେ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରି ନାବାଳିକା କୁ ଘରକୁ ଆଣିଥିଲେ । ଏନେଇ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

Leave a Reply