ଚାକିରି ନାଁରେ ଏମ୍‌ସିଏ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ରାଉରକେଲା: ମାଲଗୋଦାମ ଅଞ୍ଚଳର ଜଣେ ଏମସିଏ ଶେଷବର୍ଷର ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଚାକିରି ଦେବା ନାଁରେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏମସିଏ ଶେଷବର୍ଷର ଛାତ୍ରୀ ଗତ ୨୪ତାରିଖରୁ ନିଖୋଜ ଅଛନ୍ତି । ଛାତ୍ରୀଙ୍କ ମୋବାଇଲ ଫୋନ୍‌ ସୁଇଚଅଫ ଥିବା ବେଳେ ଏହି ଘଟଣାରେ କିଛି ଯୁବକଙ୍କ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଛାତ୍ରୀଙ୍କ ପରିବାର ପକ୍ଷରୁ ରାଉରକେଲା ଉଦିତନଗର ଥାନାରେ ଗତ ୨୪ ତାରିଖରେ ଅଭିଯୋଗ କରାଯାଇଛି । ଏପଟେ ଛାତ୍ରୀଙ୍କ ମୋବାଇଲ ସିମ୍‌ ଭୁବନେଶ୍ୱରରୁ ମିଳିଥିଵା ଦୁଇଜଣ ଅଜଣା ଯୁବକ ଫୋନ କରି ଛାତ୍ରୀଙ୍କ ଘର ଲୋକଙ୍କୁ କହିଥିଵା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଲ୍ଲୀ ଖାନ ନାମକ ଜଣେ ଯୁବକ ଫୋନ୍‌ କରି ଛାତ୍ରୀଙ୍କୁ ବିବାହ କରିଥିବା ପରିବାର ଲୋକଙ୍କୁ କହୁଥିବାରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନିଖୋଜ ଛାତ୍ରୀଙ୍କ ବିବାହ ପରିବାର ଲୋକଙ୍କ ସହମତିରେ ରାଉରକେଲା ସହରରେ ଠିକ୍‌ କରାଯାଇଥିଲା । ଛାତ୍ରୀଙ୍କ ସହମତିରେ ବିବାହ ଠିକ୍‌ ହୋଇଥିବାରୁ ତାଙ୍କୁ ଅପହରଣ କରାଯାଇ ଅଜଣା ସ୍ଥାନରେ ଅଟକ ରଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ

 

 

Leave a Reply