ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଦିଆଯାଉଛି ନଷ୍ଟ ହୋଇଯାଇଥିବା ମେଡିସିନ

1 min read

ପୁରୀ: ରୋଗୀ କେନ୍ଦ୍ରରେ ରୋଗୀଙ୍କୁ ମେଡିସିନି ଯୋଗାଇ ଦିଆଯାଏ । ହେଲେ ଯଦି ରୋଗୀଙ୍କୁ ନଷ୍ଟ ହୋଇଯାଇଥିବା ମେଡିସିନ ଦିଆଯିବ ତେବେ ସେମାନେ କରିବେ କ’ଣ । ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ନଷ୍ଟ ହୋଇ ଯାଇଥିବା ମେଡିସିନ ଦିଆଯାଇଥିବା ହୋଇଛି ଅଭିଯୋଗ । ଏମିତି ଅଭିଯୋଗ ଆସିଛି ପୁରୀ ସଦର ମୁଖ୍ଯ ଚିକିତ୍ସାଳୟରୁ ।

ରୋଗୀଙ୍କୁ ଦିଆଯାଇଥିବା ଔଷଧ ଖୋଳରେ ଏକ୍ସପାୟରି ଡେଟ୍ ରହିଛି । ହେଲେ ମେଡିସିନକୁ ଦେଖିଲେ ଲାଗୁଛି, ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପୁରୀ ସଦର ମୁଖ୍ଯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି କପିଳେଶ୍ବରପୁରର ରୀନା ସାହୁ । ଡାକ୍ତର ତାଙ୍କୁ ଭିଟାମିନ-ବି ଖାଇବାକୁ କହିଥିଲେ । ନିରାମୟ କେନ୍ଦ୍ରକୁ ଯାଇ ଭିଟାମିନ-ବି ବଟିକା ଆଣିଥିଲେ । ପ୍ରଥମ ଥର ଖରାପ ବାହାରିବାରୁ ତାକୁ ବଦଳାଇ ପୁଣି ଦ୍ବିତୀୟ ଥର ଔଷଧ ନେଇଥିଲେ । ହେଲେ ଦ୍ବିତୀୟ ଥର ବି ସମାନ ପ୍ରକାର ନଷ୍ଟ ହୋଇଯାଇଥିବା ଔଷଧ ବାହାରି ଥିବା ଅଭିଯୋଗ ହୋଇଛି ।