ବରଗଡ଼ରେ ବିଜେପିକୁ ଭୋଟ ଦେବାକୁ ଶାଢୀ ବଣ୍ଟାଯାଉଥିବା ଅଭିଯୋଗ

ବରଗଡ଼ : କାଲି ଭୋଟ ହେବାକୁ ଥିବା ବେଳେ ଶାଢ଼ୀ ଲାଞ୍ଚ ଦେଇ ଭୋଟ ହାତେଇବାର ଚେଷ୍ଟା । ଏହି ଅଭିଯୋଗ ଆସିଛି ବରଗଡ଼ରୁ। ଆସନ୍ତାକାଲି ବରଗଡ଼ରେ ଭୋଟ ହେବ। ତା ପୂର୍ବରୁ ଆଜି ସକାଳେ ଦୁଇ ଜଣ ଯୁବକ ଗୋବିନ୍ଦ ପାଲି ଅଞ୍ଚଳରେ ଶାଢ଼ୀ ବାଂଟୁଥିଲେ। ଏହି ସମୟରେ ତାଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ। ପରେ ବରଗଡ଼ ଟାଉନ ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ଦୁଇ ଯୁବକଙ୍କଠାରୁ ୨ ବସ୍ତା ଶାଢ଼ୀ ଓ ଗୋଟିଏ ମଟର ସାଇକଲ ଜବତ ହୋଇଛି। ବିଜେପିକୁ ଭୋଟ ଦେବାକୁ କହି ଏହି ଶାଢ଼ୀ ବଣ୍ଟା ଯାଉଥିବାର ଅଭିଯୋଗ ହୋଇଛି। ବରଗଡ଼ ପୋଲିସ ଅଧିକ ତଦନ୍ତ କରୁଛି।