ଅନ୍ତେବାସୀଙ୍କୁ ସ୍ଥାନାନ୍ତର ଦାବି: କଥା ନମାନିବାରୁ ପ୍ରଧାନଶିକ୍ଷକଙ୍କୁ ମାଡ଼ ଅଭିଯୋଗ

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ ତାରାସିଂ ଥାନା କ୍ଷେତମୁଣ୍ଡଳି ଗାଁରେ ଅଭାବନୀୟ ଘଟଣା । ଗାଁ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ନାଇକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ । ମିଳିଥିବା ସୂଚନା ଅନୁଯାୟୀ, ସରପଞ୍ଚଙ୍କ ନିର୍ଦ୍ଦେଶ ପ୍ରକାରେ ଖେତମୁଣ୍ଡୁଳି ଗ୍ରାମର ୬ ଜଣ ପ୍ରବାସୀଙ୍କୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖେତମୁଣ୍ଡୁଳି ସଙ୍ଗରୋଧ ଗୃହରେ ରଖାଯାଇଥିଲା । ହେଲେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ସହ ସେମାନଙ୍କ ସମ୍ପର୍କୀୟ ଏବଂ ପରିବାରବର୍ଗ ସକ୍ଷାତ କରୁଥିବା ଅଭିଯୋଗ କରି ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ ଗ୍ରାମବାସୀ । ଏ ନେଇ ପ୍ରଧାନ ଶିକ୍ଷକଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସହ ସେମାନେ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିବା ସହ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ  ଚିଠି ଲେଖିଛନ୍ତି ।

Leave a Reply