ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ, ଚୋର ସନ୍ଦେହରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ । ଚୋର ସନ୍ଦେହରେ ୪ ନାବାଳକଙ୍କୁ ୩ଦିନ ଧରି ଥାର୍ଡ ଡିଗ୍ରୀ ଦେଇଛି ପୋଲିସ । ମାଡ ମାରିବା ସହ ନାବାଳକଙ୍କୁ ସକ୍ ଦେବା ପରି ଅଭିଯୋଗ ଆଣିଛନ୍ତି ପରିବାରଲୋକ । ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା । ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡାର ଚାରି ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଦ୍ଧୁମ ଛେଚିଥିଲା ପୋଲିସ ।

ସେମାନଙ୍କୁ ୨୪ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ଚାରି ନାବାଳକ ଅଭିଯୋଗ କରିଛନ୍ତି । ଏପରିକି ବାହାରର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ସାକ୍ଷାତ ହୋଇପାରିନଥିଲା । ତେବେ ଘଟଣାକୁ ସ୍ୱୀକାର କରିନାହାନ୍ତି ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ । ତାଙ୍କ କହିବା ହେଲା, ଏମାନେ ପୂର୍ବରୁ ଚୋରି କରୁଥିଲେ । ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି । ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

Leave a Reply