spot_img

Latest Posts

ସାତ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ

ଫୁଲବାଣୀ: ୭ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ । ପୋଲିସ ସହୟତାରେ ବିକ୍ରି ଶିଶୁପୁତ୍ରକୁ ଉଦ୍ଧାର କଲା ଟାଇଲ୍ଡ ଲାଇନ । ଏଭଳି ଅଭିଯୋଗ ଆସିଛି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଦଧିବାବନ ସାହିରୁ । ଜଣେ ମହିଳା ବିବାହର ୧୦ ବର୍ଷ ପରେ କୌଣସି ସନ୍ତାନ ନଥିବାରୁ ସେ ଅନ୍ୟଜଣେ ମହିଳାଙ୍କ ଠାରୁ ସାତ ମାସର ଶିଶୁପୁତ୍ରକୁ ନେଇଥିଲେ। ଏବେ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ନିଜ ଇଚ୍ଛାରେ ଶିଶୁକୁ ଟେକିଦେଇଥିବା ମହିଳା ଜଣଙ୍କ କହିଥିବା ବେଳେ ମହିଳାଙ୍କର ଅଙ୍ଗନବାଡି କିମ୍ବା ମେଡିକାଲରେ ପ୍ରସବର କୌଣସି ତଥ୍ୟ ନାହିଁ । ଶିଶୁଟି କାହାର ଏ ପର୍ଯ୍ୟନ୍ତ କିଛି ସଠିକ୍ ତଥ୍ୟ ମିଳିନାହିଁ । କଣ ପାଇଁ ମହିଳା ଶିଶୁପୁତ୍ରକୁ ଜଣେ ଅଜଣା ମହିଳାକୁ ଦେଇଥିଲେ  । ତାହା ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।

ଘଟଣାକୁ ସ୍ଵିକାର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ହେଲ୍ପଲାଇନ ଓ ଫୁଲବାଣୀ ଟାଉନ ଥାନା ପୋଲିସ ଶିଶୁପୁତ୍ର ଉଦ୍ଧାର ପରେ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଶିଶୁ ପୁତ୍ରକୁ ମହିଳା ଜଣଙ୍କ ଅଚିହ୍ନା ମହିଳାଙ୍କୁ ଦେଇଥିଲେ ତାହା ଉପରେ ପଚାର ଉଚରା ଜାରି ରହିଛି । ନାବାଳିକା ଗର୍ଭବତୀ କୁହନ୍ତୁ ବା ନାରୀ ନିର୍ଯାତନା କୁହନ୍ତୁ ଦିନକୁ ଦିନ ଏପରି ଘଟଣା ବଢ଼ିଚାଲିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀର ଦଧିବାବନ୍ ସାହିରେ ।

 

Latest Posts

Don't Miss