ଡ୍ୟାନ୍ସ ବାରରେ ଦେହ ବେପାର ଅଭିଯୋଗ: ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଥିବା ଡ୍ୟାନ୍ସ ବାରରେ ଯୁବତୀଙ୍କୁ ଦେହ ବେପାରରେ ଲଗାଯିବା ଅଭିଯୋଗ ଘଟଣାରେ ତନାଘନା ଆରମ୍ଭ । ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ବାର ଡ୍ୟାନ୍ସର ଯୁବତୀଙ୍କ ଏତଲା ପରେ ଆକ୍ସନ ମୋଡରେ ପୋଲିସ୍ ।

ଶୁକ୍ରବାର ନନ୍ଦିଘୋଷ ଟିଭି କ୍ୟାମେରା ସମ୍ମୁଖରେ ଅକୁହା କଥା କହିଥିଲେ ଡ୍ୟାନ୍ସ ବାରର ଡ୍ୟାନ୍ସର । ଦିନ ପର୍ଯ୍ୟନ୍ତ ଡ୍ୟାନ୍ସ ବାର ଚାଲୁଥିବା କ୍ଷୋଭର ସହ କହିଥିଲେ ଡ୍ୟାନ୍ସର । ଜୋର ଜବରଦସ୍ତ ସେମାନଙ୍କୁ ଦେହ ବେପାର ପାଇଁ ବାଧ୍ୟ କରୁଥିଲେ ମାଲିକ । ସେକ୍ସ ୱାର୍କ ନକଲେ କାମ କରିବାକୁ ଦେଉ ନଥିଲେ ମାଲିକ । ଅଶୋକ ନଗର ଅଞ୍ଚଳରେ ଥିବା ରଙ୍ଗିଲା ବାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବାର୍ ଡ୍ୟାନ୍ସର । ଏପରିକି ଲେଡିଜ ଚେଞ୍ଜିଙ୍ଗ ରୁମ ଭିତରକୁ ଗାରାଖଙ୍କୁ ଛାଡ଼ୁଥିଲେ ମାଲିକ । ୨ ବାର ଡ୍ୟାନ୍ସର କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଗତକାଲି ମଧ୍ୟ ଅନ୍ୟ ଦୁଇଜଣଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା ପୋଲିସ ।