ନିର୍ମାଣକୁ ମାସେ ନପୂରୁଣୁ ଉଠିଯାଉଛି ଟାଇଲ୍, ଦୁର୍ନୀତି ଅଭିଯୋଗ

1 min read
Allegation Of Low Quality Parking Tile Work In Bolangir Town

ବଲାଙ୍ଗିର: ଦୁର୍ନୀତିର ଗନ୍ତାଘର ପାଲଟିଛି ବଲାଙ୍ଗିର ପୌରପାଲିକା । ପୂର୍ବରୁ ସୌନ୍ଦର୍ଯ୍ୟକରଣ କାମରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଏବେ ପୁଣି ଏକ ଦୁର୍ନୀତି ଅଭିଯୋଗ ଆସିଛି । ସହରରେ ପାର୍କିଂସ୍ଥଳ ନିର୍ମାଣ କାମ ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି । ମାସେ ନପୁରୁଣୁ ପାର୍କିଂ ୱାଲରୁ ଟାଇଲ୍ ଉଠିଯାଉଛି । ଯାହାକୁ ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Allegation Of Low Quality Parking Tile Work In Bolangir Town

ବଲାଙ୍ଗିର ପୌରପାଳିକାର ଦୁର୍ଗାମନ୍ଦିର ଛକ ନିକଟରେ ସଦ୍ୟ ନିର୍ମାଣ ପାର୍କିଂସ୍ଥଳ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । କାମ ଶେଷ ହେବାର ମାସେ ନପୁରୁଣୁ ଟାଇଲ୍ ଉଠିଯାଉଥିବା ବେଳେ କନିଷ୍ଠଯନ୍ତ୍ରୀଙ୍କ ଦାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ ।

Allegation Of Low Quality Parking Tile Work In Bolangir Town

ବଲାଙ୍ଗିର ପୌରପାଳିକା ତରଫରୁ ଅନେକ ଉନ୍ନତିକରଣ କାର୍ଯ୍ୟ ହେଉଛି । ଏଥିପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ହେଲେ ପୌର ପ୍ରଶାସନର ଠିକାଦାର ପ୍ରିତି ଯୋଗୁଁ ସରକାରୀ ଟଙ୍କା ପାଣିରେ ପଡ଼ୁଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ବିଧାୟକଙ୍କୁ ପଚାରବାରୁ ସେ କହିଛନ୍ତି- ଅଭିଯୋଗ ଆସିଲେ ତଦନ୍ତ କରାଯିବ । ଅନ୍ୟପଟେ ପାର୍କିଂସ୍ଥଳର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

Leave a Reply