ଚାକିରି କରାଇ ଦେବାକୁ କହି ୬୦ ଲକ୍ଷ ଠକେଇ ଅଭିଯୋଗ

ଆସିକା: ଚାକିରି କରାଇ ଦେବାକୁ କହି ଜଣେ ଆଶାୟୀଙ୍କ ପାଖରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମର ସନ୍ତୋଷ କୁମାର ପାଢୀ । ଏନେଇ ସନ୍ତୋଷ ସନ୍ତୋଷ ଆସିକା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସେ ବିଭିନ୍ନ ପର୍ଯ୍ୟାୟରେ ୬୦ ଲକ୍ଷ ଟଙ୍କା ଆସିକା କାଳଷଣ୍ଢପୁର ଗ୍ରାମର ଉଦୟ ନାଥ ମୁନି ଏବଂ ଗୋପାଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଇଥିବା କହିଛନ୍ତି ।

ସଂପୃକ୍ତ ଦଲାଲମାନେ ସନ୍ତୋଷଙ୍କୁ ଫେକ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ଦେବା ସହ ବିଭିନ୍ନ ପ୍ରକାର ରେଲୱେର ମୋହର ଥାଇ ଲେଟର ଦେଉଥିଲେ । ଏପରିକି ତାଙ୍କୁ ଚାକିରିର ଟେନିଂ ପାଇଁ ତାମିଲନାଡୁର ଏକ ସ୍ଥାନକୁ ନେଇ ମିଥ୍ୟା ଟେନିଂ ମଧ୍ୟ କରାଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖରେ ଏହି ଦଳକୁ ବ୍ରହ୍ମପୁର ପୋଲିସ ଗିରଫ କରିବା ପରେ ଏହାର ରହସ୍ୟ ଜଣା ପଡିଥିଲା । ଆଉ ଏବେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଲିଷ୍ଟ ବଢୁଛି ।