ଠକଙ୍କ ଟାର୍ଗେଟରେ ଗ୍ରାମଞ୍ଚଳର ବେକାର ଯୁବକ: ବିଦେଶରେ ନିଯୁକ୍ତ ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଦିଗପହଣ୍ଡି: ଠକଙ୍କ ଟାର୍ଗେଟରେ ବେକାର ଯୁବକ । ନିଯୁକ୍ତିର ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳର ନୀରିହ ବେକାର ଯୁବକଙ୍କ ଠକୁଛନ୍ତି । ବିଦେଶରେ ନିଯୁକ୍ତ ଦେବାର ପ୍ରଲୋଭନ ଦେଖାଉଛନ୍ତି ଆବଶ୍ୟକ କାଗଜପତ୍ର, ଏୟାର ଟିକେଟ୍ ଭଳି କାର୍ଯ୍ୟ ବାବଦକୁ ଟଙ୍କା ନେଉଛନ୍ତି । ପରେ ଠକଙ୍କ ପକ୍ଷରୁ ମିଳିଥିବା ଟିକେଟ୍ , ଭିସା ନେଇ ବିମାନବନ୍ଦରରେ ପହଞ୍ଚିଲା ପରେ ଜଣାପଡ଼େ ଯେ, ସେ ସବୁ ନକଲି । ଏଭଳି ଘଟଣା ଘଟିଛି ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଦିଗପହଣ୍ଡି ଥାନାର ଅଞ୍ଚଳରେ ।

ଘଟଣା ନୁଯାୟୀ, ମୁମ୍ୱାଇର ଦୁଇ ଠକ ରାଜେଶ କୁମାର ୟାଦବ ଓ ରମେଶ ଗାତୁ ଦୁବାଇ ପଠାଇ ଦେବା ନେଇ ଝରିପଦର ଗାଁର କିଛି ଯୁବକଙ୍କୁ ପ୍ରଲୋଭନ ଦେଖାଇଥିଲେ । ଏ ନେଇ ସେମାନେ ରାଜି ହେବାରୁ ସେମାନଙ୍କ ଠାରୁ ଏମ୍ରିଗିସନ, ଭିସା, ଏୟାର ଇଣ୍ଡିଆ ଟିକେଟ , ଫିଙ୍ଗର ପ୍ରିଣ୍ଟ , ରେଜିଷ୍ଟସେନ ବାବଦକୁ ଜଣଙ୍କ ପିଛା ୫୬ ହଜାର ଲେଖାଏଁ ୮ ଜଣଙ୍କ ଠାରୁ ୫ଲକ୍ଷ ୧୪ ହଜାର ଟଙ୍କା ନିଅନ୍ତି । ବଦଳରେ ସେମାନଙ୍କ ଡିଲ୍ ମୁତାବକ କାଗଜପତ୍ର ଦିଅନ୍ତି । ଆଉ ସେହି କଗଜପତ୍ର ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ସେମାନଙ୍କ ସବୁ ଆଶା ଧୂଳିସାତ ହୋଇଯାଏ । ଯେତେବେଳେ ଭିସା ଏବଂ ଟିକେଟ ନକଲି ଜାଣି ଯୁବକମାନଙ୍କୁ ଅଟକ ରଖନ୍ତି । ପରବର୍ତ୍ତୀ ସମୟରେ ସେମାନେ ଠକେଇର ଶିକାର ହୋଇଥିବା ନେଇ ଜଣାପଡ଼ିବା ପରେ ସେମାନଙ୍କୁ ସିଆଇଏସ୍‌ଏଫ୍ କର୍ମଚାରୀ ଛାଡ଼ିଥିଲେ ।

ପରେ ସେମାନେ ହତାସ୍ ହୋଇ ଗାଁକୁ ଫେରିଆସିବା ପରେ  ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସକୁ ଠକେଇ ହୋଇଥିବା ସମସ୍ତ ଘଟଣା କହିବା ସହ ବ୍ରହ୍ମପୁର ସାଇବର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ତେବେ ସମସ୍ତ ଯୁବକ ଗରିବ ଶ୍ରେଣୀର ହୋଇଥିବାରୁ ଠକେଇ ହୋଇଥିବା ସମସ୍ତ ଟଙ୍କା ଧାର କରଜ କରିଛନ୍ତି ଯଥା ଶୀଘ୍ର ପୋଲିସ ସାଇବର ଠକକୁ ଧରି ଟଙ୍କା ଫେରାଇବାକୁ କରିଛନ୍ତି ଅନୁରୋଧ କରିଛନ୍ତି ଠକେଇର ଶିକାର ନିରୀହ ଯୁବକ ।

ଏଥିସହିତ ପଢ଼ନ୍ତୁ: କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

Leave a Reply