ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ, ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା !

ଅନୁଗୁଳ : ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ । ଶିଶୁ ବଦଳକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ୨୭ରେ ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ ସାହିର ବାପୁ ଗୋଛାୟତଙ୍କ କଣିହାଁ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ଓଜନ କମ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ୨୮ ତାରିଖ ଦିନ ଶିଶୁଟିକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଶିଶୁଟିକୁ ଆଇସିୟୁର  ୧୬ନମ୍ୱର ବେଡରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ମଙ୍ଗଳବାର ଦିନ ଶିଶୁଟିକୁ ୧୨ନମ୍ବର ବେଡକୁ ସ୍ଥାନନ୍ତରିତ କରାଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଶିଶୁଟିକୁ କାହିଁକି ସ୍ଥାନାନ୍ତରିତ କରାଗଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ । ଅଧିକ ଅକ୍ସିଜେନ ପାଇଁ ଶିଶୁଟିକୁ ସ୍ଥାନାନ୍ତରିତ କରାଯାଇଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଗତକାଲି ସନ୍ଧ୍ୟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିବା ପରେ ମେଡିକାଲରେ ଚାପା ଉତ୍ତେଜନା ଦେଖା । ଶିଶୁଟିକୁ ବଦଳ କାରାଯାଇଥିବା ଅଭିଯୋଗ କରି ପାରିବାର ଲୋକ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଅନୁଗୁଳ ଟାଉନ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା ।…