ଆସିକାରେ ସାରର କୃତ୍ରିମ ଅଭାବ : ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ

ଆସିକା: ଚାଷ କାର୍ଯ୍ୟ ସରିଯାଇଛି। ଖାଲି ଅପେକ୍ଷା ରହିଛି ଜମିରେ ସାର ଓ କୀଟନାଶକ ପଡ଼ିବ, ଭଲ ଫସଲ ଅମଳ ହେବ । ଆଉ ଏଭଳି ସ୍ଥିତି ଚାଷୀଙ୍କ ଚିନ୍ତା ବଢାଇଛି ସାର କଳାବଜାରି । ଭଲ ଅମଳ ଆଶାରେ ଥିବା ଚାଷୀ ସମବାୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ୍ ଓ କୃଷି ବିଭାଗ ଦୌଡ଼ ଦୌଡ଼ି ନୟାନ୍ତ ହେଲେଣି । ମାତ୍ର କଳାବାଜରୀ ଯୋଗୁଁ ସାର ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଆସିକାରେ ସାରର କୃତ୍ରିମ ଅଭାବ । ଦୌଡ଼ ଦୌଡ଼ି ନୟାନ୍ତ ହେଲେ ବି ଚାଷୀଙ୍କୁ ମିଳୁନି ସାର । କଳାବଜାରୀ ଯୋଗୁଁ ଚିନ୍ତାରେ ଚାଷୀ । ମାଲା ମାଲ୍ ହେଉଛନ୍ତି ଅସାଧୁ ବ୍ୟବସାୟୀ । କଳାବଜାରୀ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ କହିଲେ ଜିଲ୍ଲାପାଳ । ପ୍ରଥମେ ବନ୍ୟା ପରେ ରୋଗ ପୋକ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ସାର କଳାବଜାରୀ ଏସକୁ ବଳି ଯାଇଛି । ଚାଷ କାର୍ଯ୍ୟ ସରିବା ବେଳକୁ ଜମି, ସାର ଓ କୀଟନାଶକ ଅପେକ୍ଷା କରିଥିବା ବେଳେ ସାରର କୃତ୍ରିମ ଅଭାବ ଆସିକା ବ୍ଲକ୍ ମାଗୁରା ଚାଷୀଙ୍କ ନିଦ ହଜାଇ ଦେଇଛି । ବ୍ଲକ ଠାରୁ ସମବାୟ ସମିତ ଓ କୃଷି ଉପରୁ ନିରାଶ ହେବା ପରେ ଏବେ ଘରୋଇ ପ୍ରତିଷ୍ଠାନ ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ଚାଷୀ । ଆଉ ମୁନାଫଖୋର ବ୍ୟବସାୟୀ ମୌକା ଦେଖି ଶୋଷଣ କରିବାରେ ଲାଗି ପଡିଛନ୍ତି ।

ସାର ଓ କୀଟନାଶକର କୃତ୍ରିମ ଅଭାବ ଯୋଗୁଁ  କେତେକ ଚାଷୀ ଚଢା ଦରରେ କିଣୁ ଥିବା ବେଳେ କେତେକ ଅର୍ଥ ଅଭାବରୁ ସାର ପିଡିଆ କିଣୁ ପାରୁନାହାଁନ୍ତି । ଫଳରେ ବେଉସଣ ସରିଥିଲେ ମଧ୍ୟ ସାର ଓ କୀଟନାଶକ ଅଭାବରୁ ନଷ୍ଟ ହେବାକୁ ବସିଲାଣି ଫସଲ । ଆଉ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଏପଟେ କଳାବଜାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।  ଚାଷ କାର୍ଯ୍ୟ ସରିବା ବେଳକୁ ସାର ଅଭାବି ବିକ୍ରି, ଆସିକା ଚାଷୀଙ୍କ ନିଦ ହଜାଇ ଦେଇଛି । ଏଭଳି ସ୍ଥିତିରେ ଋଣ କରି ଚାଷ କରିଥିବା ଚାଷୀ, ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛି ।

Leave a Reply