ଭୋଟ୍ ନ ଦେବାରୁ ଗର୍ଭବତୀଙ୍କ ସହ ୩ ଜଣଙ୍କୁ ବିଜେପି କର୍ମୀ ମାଡ଼ ମାରିଥିବା ଅଭିଯୋଗ

Allegation Of BJP Worker Attacked Pregnant Lady In Nilagiri For Panchayat Voting

ନୀଳଗିରି: ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ହିଂସା ଭିଆଉଛି ବିଜେପି । କେଉଁଠି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା ବାଣ୍ଟୁଛି ତ ଆଉ କେଉଁଠି ମାଡ଼ ମାରୁଛି । ବାଲେଶ୍ୱରରେ ବି ଦେଖିବାକୁ ମିଳିଛି ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ଜୋର ଜାର୍ ମୂଲକ ତା’ର ଭଳି ଭୋଟ୍ ନଦେବାରୁ ଗର୍ଭବତୀଙ୍କ ସହ ବିଜେପି କର୍ମୀ ତିନିଜଣଙ୍କୁ ମାଡ଼ ମାରିଛନ୍ତି । ଏଭଳି ଅଭିଯୋଗ ଆସିଛି ନୀଳଗିରି ନିରସିଂହପୁର ପଞ୍ଚାୟତ ଦିନିଦେଶ ଅଞ୍ଚଳରୁ ।

Allegation Of BJP Worker Attacked Pregnant Lady In Nilagiri For Panchayat Voting

୨୨ ତାରିଖ ରାତିରେ ତିନିଦେଶ ଅଞ୍ଚଳରେ କିଛି ବିଜେପି କର୍ମୀ ରାଖେଲ୍ ସିଂଙ୍କୁ ଘରେ ପଶି ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ଆକ୍ରମଣ ହେଉଥିବା ଦେଖି ଛଡ଼ାଇବାକୁ ଆସିଥିଲେ ଗର୍ଭବତୀ ସ୍ତ୍ରୀ ମିନତୀ । ତାଙ୍କୁ ବି ବିଜେପି କର୍ମୀ ଆକ୍ରମଣ କରିଥିଲେ । ପରେ ଚିତ୍କାର ଶୁଣି ଗାଁର ମହିଳାମାନେ ଆସିଥିଲେ । ହେଲେ ବିଜେପି କର୍ମୀ ସେମାନଙ୍କୁ ବି ଛାଡ଼ି ନଥିଲେ । ଠେଙ୍ଗା, ବାଡ଼ି, ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୋଟ ୩ ଜଣ ଆହାତ ହୋଇଛନ୍ତି ।

Allegation Of BJP Worker Attacked Pregnant Lady In Nilagiri For Panchayat Voting

ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ୨୫ ତାରିଖ ପରେ ତଦନ୍ତ କରିବ ବୋଲି ପୋଲିସ କହିଥିବା କହିଛନ୍ତି ଏତଲାକାରୀ । ଏନେଇ ନୀଳଗିରି ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ସାଧାରଣରେ ନିନ୍ଦା କରାଯାଇଛି ।

Leave a Reply