ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରକୁ ଆକ୍ରମଣ

ବାଲିଗୁଡ଼ା: ଜୁଆ ଆଡ଼ା ଉପରେ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ଅଭିଯୋଗ । କନ୍ଧମାଳ ଜିଲ୍ଲା ମେରାମାହା ଅଞ୍ଚଳର ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରକୁ ଆକ୍ରମଣ ସହ  ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା । ମିଳିଥିବା ଖବର ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ଜୁଆଖେଳ ଚାଲିଥିଲା । ଏବଂ ଖବରପାଇ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜିତ କୁମାର ମୁନି ନିଜ ଟିମ୍ ସହ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ଜୁଆଡିମାନେ ଖସି ଯାଇଥିଲେ । ପରେ ପାଟ୍ରୋଲିଂ ସାରି ଫେରିବା ସମୟରେ ରାସ୍ତାରେ କାଠ ପକାଇ ଅବରୋଧ କରିଥିଲେ । ଫଳରେ ପୁଲିସ ରାସ୍ତାରୁ କାଠ ହଟାଇବା ସମୟରେ ବାଟୁଳିଖଡା ସାହାଯ୍ୟରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଜୁଆଡ଼ି । ଘଟଣାରେ ପୋଲିସ ଗାଡ଼ି ଭାଙ୍ଗିବା ସହ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି ।

ମହଙ୍ଗା ପଡ଼ିଲା ଫେସବୁକରେ ପ୍ରେମ ନିବେଦନ, ଯୁବକଙ୍କୁ ଖୁବ୍ ଛେଚିଲେ ମହିଳା ଓ ସମ୍ପର୍କୀୟ

Leave a Reply