ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼ ଅଭିଯୋଗ। ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ ହୋଇଛି ।ଘଟଣାରେ ସମ୍ପୃକ୍ତ ହାବିଲଦାର ନିଲମ୍ବିତ ହୋଇଛନ୍ତି । ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଜଗମୋହନ ନିକଟରେ ମୁତୟନ ଥିବା ହାବିଲଦାର ଓ ମହିଳାଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ପରେ ହାବିଲଦାର ଜଣଙ୍କ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ ହୋଇଥିଲା। ଆହତ ମହିଳା ହେଲେ ବ୍ରହ୍ମପୁରର ମଧୁରୀ ଦାସ। ମହିଳାଙ୍କ ମୁଣ୍ଡରେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘଟଣାର ଅନୁଧ୍ୟାନ କରିଥିଲେ ଅତିରିକ୍ତ ଏସପି ଓ ପୋଲିସ କର୍ମଚାରୀ । ତଦନ୍ତ ପରେ ହାବିଲଦାରକୁ ନିଲମ୍ବିତ କରାଯାଇଛି ।

