RSP ଠିକା ସଂସ୍ଥାର ସୁପରଭାଇଜରଙ୍କ ହାତରେ ଅସ୍ଥାୟୀ କର୍ମଚାରୀଙ୍କ ଏଟିଏମ୍, ଇଚ୍ଛା ହେଲେ ଖାଲି କରୁଛନ୍ତି ଆକାଉଣ୍ଟ !

1 min read
Allegation Against RSP Contractor For Holding Employees ATM Withdrawal Money

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଉଦ୍ୟାନ ବିଭାଗରେ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ୧୦ରୁ ଅଧିକ ଠିକା କର୍ମଚାରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଠିକା ସଂସ୍ଥାର ସୁପରଭାଇଜର ଠିକା କର୍ମଚାରୀମାନଙ୍କୁ ଭୟଭୀତ କରି ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ନିଜ ପାଖରେ ରଖି ଟଙ୍କା ଉଠାଇ ନେଇଥିବା ସେକ୍ଟର ୩ ଥାନାରେ ଅଭିଯୋଗ ହୋଇଛି ।

Allegation Against RSP Contractor For Holding Employees ATM Withdrawal Money

ଶୋଷଣ କରୁଛି ଠିକା ସଂସ୍ଥା, ଠକେଇର ଶିକାର ଠିକା କର୍ମଚାରୀ । ଅଜାଣତରେ ଆକାଉଣ୍ଟରୁ ଚାଲି ଯାଉଛି ଟଙ୍କା । ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି ରାଉରକେଲା ଇସ୍ପାତ କାରଖାନା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀ । ଉତ୍କଳ ଉଦ୍ୟାନ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ୧୦ରୁ ଅଧିକ ଠିକା କର୍ମଚାରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କ ବ୍ୟାଙ୍କ ପାସବୁକ ଓ ଏଟିଏମ୍ କାର୍ଡକୁ ଠିକା ସଂସ୍ଥାର ସୁପରଭାଇଜର ନିଜ ପାଖରେ ରଖି କର୍ମଚାରୀଙ୍କ ଆକାଉଣ୍ଟରୁ ୩୫ ହଜାରରୁ ୪୦ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

Allegation Against RSP Contractor For Holding Employees ATM Withdrawal Money

ଠିକା ସଂସ୍ଥାର ସୁପରଭାଇଜର ଠିକା କର୍ମଚାରୀମାନଙ୍କୁ ଭୟଭୀତ କରି ପାସବୁକ ଓ ଏଟିଏମ୍ ନେଇଯାଇଥିବା ସେକ୍ଟର-୩ ଥାନାରେ ଠିକା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଆରଏସପି ଅଧିନରେ ଥିବା ନର୍ସରୀ, ଗାର୍ଡେନ, ଏୟାରପୋର୍ଟ ଓ ରାଉରକେଲା ହାଉସରେ ଘାସ କଟା, ଝାଡୁ ମାରିବା, ଫୁଲଗଛ ଯତ୍ନ ନେଵା କାର୍ଯ୍ୟ ଠିକା କର୍ମଚାରୀମାନେ କରୁଥିଲେ । ହେଲେ ବାରମ୍ବାର ମାଗିବା ସତ୍ତ୍ୱେ ଠିକାଦାର କର୍ମଚାରୀଙ୍କ ପାସବୁକ୍ ଓ ଏଟିଏମ୍ ଦେଉ ନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।

Allegation Against RSP Contractor For Holding Employees ATM Withdrawal Money

ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ ହେବା ପରେ ଉତ୍କଳ ଉଦ୍ୟାନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଠିକା କର୍ମଚାରୀମାନଙ୍କ ଟଙ୍କା ଫେରସ୍ତ ଆରମ୍ଭ ହୋଇଛି । ଏହାସହ ଠକେଇ କରିଥିବା ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍କଳ ଉଦ୍ୟାନ ପ୍ରାଇଭେଟ୍ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।