ମାଆ, ଝିଅ ଓ ବୋହୂଙ୍କୁ ତହସିଲଦାର୍ ମାଡ଼ ମାରିଥିବା ଅଭିଯୋଗ

ପଟ୍ଟାମୁଣ୍ଡାଇ: ଗଣ୍ଡଗୋଳ ତୁଟାଇବାକୁ ତହସିଲଦାର ଆସିଥିଲେ । ଝଗଡ଼ା ତ ତୁଟାଇଲେନି ଓଲଟା ତିନି ତିନି ଜଣ ମହିଳାଙ୍କୁ ମାଡ଼ ମାରିଲେ । ଏମିତି ସଙ୍ଗୀନ ଅଭିଯୋଗ ଆସିଛି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ନାଁରେ । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଶାସନ ଗାଁର ଶାନ୍ତିଲତା ଓ ତାଙ୍କ ଝିଅ, ବୋହୂଙ୍କୁ ମାଡ଼ ମାରିଛନ୍ତି ପଟ୍ଟାମୁଣ୍ଡାଇ ତହସିଲଦାର । ଏନେଇ ଶାନ୍ତିଲତା ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Allegation Against Pattamundai Tahasildar Beaten 3 Woman

ଏତଲା ଅନୁଯାୟୀ ନଡ଼ିଆ ଗଛକୁ ନେଇ ପଡ଼ୋଶୀଙ୍କ ସହ ଶାନ୍ତିଲତାଙ୍କ ପରିବାରର ବିବାଦ ଲାଗି ରହିଛି । ବିବାଦର ସମାଧାନ ପାଇଁ ଅକ୍ଟୋବର ୨୮ ବୁଧବାର ଆରଆଇ୍ ଆସି ମାପ କରିଥାନ୍ତେ । ହେଲେ ଆରଆଇଙ୍କ ବିରୋଧରେ ପହଞ୍ଚିଥିଲେ ତହସିଲଦାର । ମାପଚୁପ୍ ନକରି ସିଧା ଗଛ କାଟିବାକୁ ଶାନ୍ତିଲତାଙ୍କୁ କହିଥିଲେ । ଯାହାର ବିରୋଧର କରିଥିଲେ ଶାନ୍ତିଲତା । ଏସବୁକୁ ଶାନ୍ତିଲତାଙ୍କ ଝିଅ ମୋବାଇଲରେ ରେକର୍ଡିଂ କରୁଥିଲେ । ଯାହାପରେ ରାଗିପାଚି ନାଲ ହୋଇ ଯାଇଥିଲେ ତହସିଲଦାର ବାବୁ ।

Allegation Against Pattamundai Tahasildar Beaten 3 Woman

ଅଶ୍ଲୀଳ ଭାଷାରେ ଗାଳି କରିବା ସହ ଶାନ୍ତିଲତାଙ୍କୁ ତହସିଲଦାର ଧକ୍କା ମାରିବା ସହ ତଣ୍ଟିଆ ମାରିଥିଲେ । ଶାନ୍ତିଲତାଙ୍କ ଝିଅକୁ କାହିଁକି ଭିଡିଓ ରେକର୍ଡିଂ କରୁଛ କହି ମୋବାଇଲ୍ ଫୋପାଡ଼ି ଦେବା ସହ ମାଡ଼ ମାରିଥିଲେ । ଏତିକିରେ ବାବୁଙ୍କ ମନବୋଧ ହୋଇନଥିଲା । ଶାଶୂଙ୍କୁ ଉଠାଇବାକୁ ଯାଉଥିବା ବୋହୂଙ୍କୁ ବି ତହସିଲଦାର ମାଡ଼ ମାରିଥିବା ଶାନ୍ତିଲତା ଏତଲାରେ ଉଲ୍ଲେଖ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶାନ୍ତିଲତାଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି ତହସିଲଦାର ।

Leave a Reply