ପିତାମାତଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ୍ ସୁରକ୍ଷା

ନନ୍ଦିଘୋଷ ବ୍ୟୁରୋ: ପିତାମାତଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ୍ ସୁରକ୍ଷା । ଏପରି ରାୟ ଶୁଣାଇଛନ୍ତି ଆହ୍ଲାହାବାଦ ହାଇକୋର୍ଟ କହିଛନ୍ତି । ଏ ନେଇ କୋର୍ଟ କହିଛନ୍ତି ଯେ, ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରୁଥିବା ପ୍ରେମିକମାନେ ପରେ ପୋଲିସ ସୁରକ୍ଷା ମାଗିଥାନ୍ତି । ଯଦି ତାଙ୍କ ଜୀବନ ଏବଂ ସ୍ବାଧୀନତା ପ୍ରତି ପ୍ରକୃତ ବିପଦ ନଥାଏ ତାହାଲେ ତାଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ।

ଜଷ୍ଟିସ ସୌରଭ ଶ୍ରୀବାସ୍ତବ ଏକ ପ୍ରେମୀ ଯୁଗଳଙ୍କ ସୁରକ୍ଷା ପାଇଁ ଆଗତ ଏକ ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ନିଜ ଇଚ୍ଛାରେ ବିବାହ କରନ୍ତି ସେମାନେ ପୋଲିସ ସୁରକ୍ଷା ପାଇବାର ଅଧିକାର ନାହିଁ । ଯଦି ତାଙ୍କ ଜୀବନ ପ୍ରତି ବିପଦ ଥାଏ ତାହାଲେ ସୁରକ୍ଷା ଦିଆଯାଇପାରିବ ।

ଦଲିଲ ଏବଂ ବୟାନ ଯାଞ୍ଚ କରିବା ପରେ କୋର୍ଟ ଜାଣିପାରିଲେ ଯେ, ଏହି ପ୍ରେମୀ ଯୁଗଳଙ୍କ ଜୀବନ ପ୍ରତି କିଛି ବିପଦ ନାହିଁ । ତେଣୁ ଆବେଦନକୁ ଖାରଜ କରିଦିଆଗଲା ।