ଜୁଲାଇ ୬ ପର୍ଯ୍ୟନ୍ତ ଜ୍ଞାନବାପି ମସଜିଦ୍ ମାମଲା ସ୍ଥଗିତ ରଖିଲେ ଆହ୍ଲାବାଦ ହାଇକୋର୍ଟ

1 min read

ବାରାଣାସୀ: କାଶୀ ବିଶ୍ୱନାଥ-ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ସ୍ଥଗିତ । ଆସନ୍ତା ଜୁଲାଇ ୬ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି ଆହ୍ଲାବାଦ ହାଇକୋର୍ଟ । ସେପଟେ ଆଜି ଏହି ମାମଲାର ସୁପ୍ରିମକୋର୍ଟରେ ହେବ ଶୁଣାଣି । ଆଜି ମସଜିଦରେ ପ୍ରାର୍ଥନା ଲାଗି ଶ୍ରଦ୍ଧାଳୁ ଭିଡ ଲଗାଇଛନ୍ତି । ସ୍ଥିତି ଉପରେ ପୋଲିସ ଓ ପ୍ରଶାସନ ନଜର ରଖିଛନ୍ତି । ଶୁଣାଣି ବେଳେ ହିନ୍ଦୁ ପକ୍ଷ ଆବେଦନ କରିଥିଲେ- ମସଜିଦ ପରିସରରେ ଠାବ ହୋଇଥିବା ଶିବଲିଙ୍ଗ ବାସ୍ତବ ଏବଂ ଏହା ମନୁଷ୍ୟ ଦ୍ବାରା ନିର୍ମିତ ହୋଇନାହିଁ । ଶିବପୁରାଣରେ ଏହା ବର୍ଣ୍ଣିତ ରହିଛି ।

ଜ୍ଞାନବାପି ମସଜିଦ୍ ସର୍ଭେବେଳେ ମସଜିଦ ଭିତରେ ଥିବା ଏକ କୂଅରୁ ଶିବଲିଙ୍ଗର ସନ୍ଧାନ କରାଯାଇଛି ବୋଲି ହିନ୍ଦୁ ପକ୍ଷର ଓକିଲ ଦାବି କରିଥିଲେ । ଯାହାଫଳରେ ଏହାକୁ ନେଇ ବିବାଦ ବଢ଼ିଥିଲା । ଗତକାଲି ଭିଡିଓ ସର୍ଭେର ରିପୋର୍ଟ ବାରାଣସୀ କୋର୍ଟରେ ଦାଖଲ ହୋଇଥିଲା । ରିପୋର୍ଟ ଦାଖଲ ବେଳେ କୋର୍ଟ ଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ସହକାରୀ କମିଶନର ବିଶାଳ ସିଂ ଓ ଦୁଇ ପକ୍ଷର ପ୍ରତିନିଧି ଉପସ୍ଥିତ ଥିଲେ । ଗତ ମଙ୍ଗଳବାର ତଥାକଥିତ ଶିବଲିଙ୍ଗ ଠାବ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବଳୟରେ ରଖିବା ଲାଗି ବାରାଣସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।