କରୋନା ଭୟରେ ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ହେଲା ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ସାରା ବିଶ୍ୱରେ ମାତିଛି କରୋନା ଆତଙ୍କ । କରୋନା ଭୟରେ ଘରୁ ବାହାରିବାକୁ ଡ଼ରିଲେଣି ଲୋକେ । ବିଭିନ୍ନ ଦେଶରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ପ୍ରକାରର ପଦକ୍ଷେପ ଆପଣେଇଛନ୍ତି । ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଏଥିସହ କରୋନାର ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଏଭଳି ନିଷ୍ପତିକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏଥିପାଇଁ ପୋଲିସ ସହଯୋଗ କରୁଥିବା ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

Leave a Reply