5Tରେ ରୂପାନ୍ତରୀଣ ହେବ କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜ: 5T ସଚିବ

1 min read

କନ୍ଧମାଳ: କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ପୋଲିସ ଗ୍ରାଉଣ୍ଡରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ତୁରନ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ନୂଆବର୍ଷ ପୂର୍ବରୁ ସବୁ ସ୍କୁଲ, କଲେଜର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀର ସୁବିଧା ପାଇବେ । ପିଲାମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । କଠିନ ପରିଶ୍ରମ କରି ଆତ୍ମବିଶ୍ବାସର ସହିତ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି 5T ସଚିବ କହିଛନ୍ତି ।

ନିଜ ଘରେ କାମ କରିବାବେଳେ ବାପାଙ୍କ ସହଯୋଗ କରିବା ଭଳି ସ୍କୁଲର ରୂପାନ୍ତରଣରେ ସାମିଲ ହୋଇ ଶ୍ରମଦାନ କରିବାକୁ 5T ସଚିବ ପରାମର୍ଶ ଦେଇଛନ୍ତି । ସ୍କୁଲରେ ଥିବା ବର୍ତ୍ତମାନର କ୍ଲାସରୁମ ଏବଂ ରୂପାନ୍ତରଣ ପରେ କେମିତି ଦିଶୁଛି ତାହାର ଭିଡିଓ କରି ସ୍ମୃତି ରଖିବେ ଛାତ୍ରଛାତ୍ରୀ । ଭଲ ଭିଡିଓକୁ 5T ସଚିବ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ । ଖୁବଶୀଘ୍ର ସ୍କୁଲ ଓ କଲେଜରେ ସମସ୍ତ ଶିକ୍ଷକ ଓ ଅନ୍ୟାନ୍ୟ ପଦ ପୂରଣ କରାଯିବ ବୋଲି କହିଛନ୍ତି 5T ସଚିବ ।