୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ଘୋଷଣା । କାଲିଠୁ ୫ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ରାଜ୍ୟରେ ଲଗାତାର ବୃଦ୍ଧି ଘଟୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଏପ୍ରିଲ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଲଗାତାର ୩ ଦିନ ଧରି ରାଜଧାନୀ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ସେପଟେ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେଣୁ ଛାତ୍ରଛାତ୍ରୀ ସ୍କୁଲ ଯିବା ସମ୍ଭବପର ହେଉ ନାହିଁ । ରୌଦ୍ର ତାପରୁ କିପରି ଛାତ୍ରଛାତ୍ରୀ ସୁରକ୍ଷିତ ରହିବେ ଅର୍ଥାତ ଯେପରି କୌଣସି ଅଘଟଣ ନଘଟେ ସେନେଇ ସରକାର ବେଶ ପ୍ରଯତ୍ନ ଅଛନ୍ତି ।
ସେପଟେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ମୁତାବକ ସ୍କୁଲ ଛୁଟି ରହିବ । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବା ସ୍ୱତେ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଜାରି ରହିବ । ପରୀକ୍ଷାରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ପରୀକ୍ଷା ପାଇଁ ସଠିକ ବ୍ୟବସ୍ଥାମାନ ଗ୍ରାହଣ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।