୭ରୁ ଖୋଲିବ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ନିର୍ଦେଶ
ଭୁବନେଶ୍ୱର: ଚଳିତ ମାସ ୭ ତାରଖରୁ ଖୋଲିବ ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ୱ ସ୍କୁଲ ଏବଂ କଲେଜ । ସେହିପରି ଫେବୃଆରୀ ୧୪ ତାରିଖରୁ ରାଜ୍ୟର କେଜି ୨ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ କୋଭିଡ ସ୍ଥିତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି । କୋଭିଡ ପ୍ରବାହ ରାଜ୍ୟର ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି । ପିଲାମାନେ ଅଫଲାଇନ କିମ୍ବା ଅନଲାଇନରେ କ୍ଲାସ କରିପାରିବେ । କୋଭିଡ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦେଶ ରହିଛି । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁଯାୟୀ କ୍ଲାସ ହେବ । ସବୁ ହଷ୍ଟେଲ ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦରକାର ପଡିଲେ ଖରାଛୁଟିର ଅବଧି କମାଇବାକୁ ଚିନ୍ତା କରୁଛି ବିଭାଗ । ସେହିପରି କଲେଜ, ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ ।