ଆଜି ସର୍ବଦଳୀୟ ବୈଠକ, କାଲି ବଜେଟ ଅଧିବେସନ

1 min read

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେସନ । ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ସୁଚାରୁ ରୁପେ ତୁଲାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଏହି ବୈଠକ ପୂର୍ବାହ୍ନ ୧୧ଟା ୩୦ରେ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ବୈଠକରେ ବିରୋଧୀ ଦଳ ନେତାଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା, ସିପିଏମ ବିଧାୟକ, ସରକାରୀ ଦଳ ମୁଖ୍ୟ ସଚେତକ ଓ ବିଜେଡିର ବରିଷ୍ଠ ବିଧାୟକ ଯୋଗ ଦେବେ ।

ଦୁଇଟି ପର୍ଯ୍ୟାୟରେ ୨୭ ଦିନ ଧରି ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଗୃହ କାର୍ଯ୍ୟରେ ଯେପିରି ସହଯୋଗ କରିବେ ସେନେଇ ବାଚସ୍ପତିଙ୍କ ସହ ହେବ ଆଲୋଚନା । ଏହାସହ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଦଳ ପାଇଁ ସପ୍ତାହରେ କେତୋଟି ଲେଖାଏଁ ମୁଲତବୀ ପ୍ରସ୍ତାବ ଭାଗ ପଡ଼ିବ ବୈଠକରେ ସ୍ଥିର କରାଯିବ ।

ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତକାଲିଠୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।