ଏଥର ଚାଲିବ ଗୃହ ! ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

All Party Meeting Held On Chairmanship Of Odisha Assembly Speaker

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ଫଳପ୍ରଦ ହୋଇଛି । ଲଗାତାର ୬ ଦିନ ଧରି ଅଚଳ ହୋଇପଡ଼ିଥିବା ବିଧାନସଭାକୁ ସ୍ୱାଭାବିକ କରିବାକୁ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବାଚସ୍ପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଗୃହକୁ ୪୫ ମିନିଟ୍ ପାଇଁ ମୁଲତବି ରଖିବା ପରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟ ସୁରୁଖୁରରେ କରିବା ଲାଗି ଆଲୋଚନା ଚାଲିଛି ।

ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ଚାଲି ପାରୁନି ତା’ଉପରେ ବିରୋଧୀଦଳ ନେତା ଅଜବ ଯୁକ୍ତି କରିଛନ୍ତି । ଆତ୍ମହତ୍ୟା ଅପରାଧ ନୁହେଁ । ସାନିଟାଇଜର୍ ପିଇଲେ କେହି ମରନ୍ତି ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

Leave a Reply