୧୮ରେ ସର୍ବଦଳୀୟ ବୈଠକ, ବିଧାନସଭା କେମିତି ଚାଲିବ ସେନେଇ ହେବ ଆଲୋଚନା..

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସକାଳ ୧୧ଟାରେ ବସିବ ବୈଠକ । ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ହେବ ଆଲୋଚନା ।
ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ । ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ । ଏଥର ମଧ୍ୟ ବିଧାନସଭାରେ ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ । ତେବେ ଗତ ଅଧିବେଶନ ପରି ଚାଲିବ ଅଧିବେଶନ । ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ ।
ସେପଟେ ବିଧାନସଭାରେ ପ୍ରଶ୍ନଉତ୍ତର କାଳ ରହିବା ଦରକାର । ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବେ ବିଧାୟକ । ସଂସଦୀୟ ଢାଞ୍ଚାକୁ ଦେଖି ଗତ ଥର ବାଚସ୍ପତି ଏହା କରିନଥିଲେ । କରୋନା କମିଥିବାରୁ ଅଧିବେଶନ ୫ ଘଣ୍ଟାକୁ ବୃଦ୍ଧି ହେଉ ଏବଂ ସମସ୍ତଙ୍କୁ କହିବାର ସୁଯୋଗ ମିଳୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।