ଭୁବନେଶ୍ବର : ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାପାଇଁ ବାଚସ୍ପତି ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିବେ । ଦିନ ୧୧.୩୦ ମିନଟ ରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ ବୈଠକ। ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା କରାଯିବ। ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୮ ଟି କର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଆଜି ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସର ବି ବସିବ ବିଧାୟକ ଦଳ ବୈଠକ। ସରକାର୍ ଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ।

