ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ସରକାରଙ୍କୁ ଘେରିଲେ ବିରୋଧୀ

1 min read
All Party Meet Opposition Target Govt On Farm Laws Price Rise

ନୂଆଦିଲ୍ଲୀ: ଆସନ୍ତାକାଲି ସୋମବାର ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ଯେଉଁଥିରେ ବିଭିନ୍ନ ଆଇନ୍ ଓ ଦରବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସରକାର ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ବୈଠକରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହହ୍ଲାଦ ଯୋଶୀ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଜୁନ ରାମ ମେଘୱାଲ, ବି. ମୁରଲୀଧରନ ଓ ରାଜ୍ୟସଭା ଗୃହର ନେତା ପୀୟୁଷ ଗୋଏଲ ଉପସ୍ଥିତ ଥିଲେ । ବୈଠକରେ ଅନ୍ୟ ନେତାଙ୍କ ସହ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମସିରୁ ଡେରେକ ଓ ବ୍ରାୟନ ଓ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମକେରୁ ତିରୁଚି ଶିବା ଓ ଟିଆର୍ ବାଲୁ, ବିଜେଡିରୁ ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

All Party Meet Opposition Target Govt On Farm Laws Price Rise

ବୈଠକରେ ବିପକ୍ଷ ଦଳ କୃଷି ବିଲ୍, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇଥିଲେ । ବିଶେଷକରି ପେଟ୍ରୋଲ ଓ ଡିଜେଲ ଦାମ ସହ NEETରେ ଓବିସିଙ୍କୁ ସରକ୍ଷଣ ଦେବାକୁ ଦାବି କରିଥିଲେ । ଚଳିତ ଅଧିବେଶନରେ ଗୃହରେ ମୋଟ ୨୯ଟି ବିଧେୟକ ଆସିବ ବୋଲି ସରକାର ବିରୋଧୀ ଦଳଙ୍କୁ ଅବଗତ କରାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ପରାମର୍ଶକୁ ଗ୍ରହଣ କରାଯିବ ଏବଂ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ଗୃହ ଠିକ୍ ଭାବେ ଶାନ୍ତି ଶୃଙ୍ଖଳାର ସହ ଚଳାଇବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଶିରୋମଣି ଅକାଳୀ ଦଳ ତିନିକୃଷି ବିଲକୁ ପ୍ରତ୍ୟାହାର ଦାବି କରିଛନ୍ତି । ଦଳର ସାଂସଦ ହରସିମରତ କୌର ଗୃହରେ ମୁଲତବି ପ୍ରସ୍ତାବ ଦେଇଛନ୍ତି । ଯାହାକୁ ସମସ୍ତ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି ।

Leave a Reply