ନୂଆଦିଲ୍ଲୀ : ୨୮ରୁ ସଂସଦର ବଜେଟ ଅଧିବେଶନ । ୨୭ରେ ବସିବ ସର୍ବଦଳୀୟ ବୈଠକ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଏହି ବୈଠକରେ ଆଲୋଚନା ହେବ। ପାର୍ଲାମେଣ୍ଟର ମୁଖ୍ୟ କମିଟି ରୁମରେ ଏହି ବୈଠକ ବସିବ। ଏଥିରେ ଜାତୀୟ ସ୍ବାର୍ଥ ସହ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଅଧିବେଶନ ଏପ୍ରିଲ ୨ ଯାଏ ଚାଲିବ ।
ପ୍ରଥମ ପର୍ଯ୍ଯାୟ ଅଧିବେଶନ ଜାନୁଆରୀ ୨୮ରୁ ଫେବ୍ରୁଆରୀ ୧୩ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୨ ଯାଏ ଚାଲିବ। ଫେବ୍ରୁଆରୀ ୧ରେ ଆଗତ ହେବ ୨୦୨୬-୨୭ କେନ୍ଦ୍ର ବଜେଟ। ୨୮ରେ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

