ବିନା ଦର୍ଶକରେ ଖେଳାଯିବ IPLର ସମସ୍ତ ମ୍ୟାଚ୍: BCCI
1 min readମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ୧୪ ତମ ସଂସ୍କରଣ ବିନା ଦର୍ଶକରେ ଖେଳାଯିବ । ଏନେଇ ବିସିସିଆଇ ଉପ ସଭାପତି ରାଜୀହ ଶୁକ୍ଳା ସୂଚନା ଦେଇଛନ୍ତି । ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଦେଶର ୬ଟି ଷ୍ଟାଡିୟମରେ ଆଇପିଏଲର ସମସ୍ତ ମ୍ୟାଚ୍ ଖେଳାଯିବ । ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ।
#COVID19 cases are increasing, so BCCI has taken all precautions for IPL. Only 6 venues have been kept for the tournament, bio-bubble has been created, members of the squad have also been increased. The tournament will go on without any audience:Rajeev Shukla,Vice President, BCCI pic.twitter.com/cYhcgSF3Q7
— ANI (@ANI) April 4, 2021
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ଟିମରେ ଖେଳାଳିଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରାଯାଇଛି । ସମସ୍ତ ଖେଳାଳିଙ୍କୁ ଟିକାକରଣ କରିବା ପାଇଁ ବିସିସିଆଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଥିବା ସୂଚନା ଦେଇଛନ୍ତି ରାଜୀବ ଶୁକ୍ଳା ।