ଜୟନାରାୟଣଙ୍କୁ ସବୁଆଡୁ ନିନ୍ଦା..

1 min read

ଭୁବନେଶ୍ୱର: ବିରୋଧୀଦଳ ନେତା ଜୟନାରାୟଣ  ମିଶ୍ରଙ୍କ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କରିଛନ୍ତି ରାଜ୍ୟବାସୀ  । ବିଜେଡି-କଂଗ୍ରେସ ଠାରୁ ନିଜ ଦଳ ବିଜେପି ନେତା ମଧ୍ୟ ନିନ୍ଦା ପ୍ରକାଶ କରିଛନ୍ତି  ।  ଜନ ପ୍ରତିନିଧି ଗଣତନ୍ତ୍ରରେ ଏଭଳି  ହିଂସାତ୍ମକ ଆଚରଣ ପ୍ରକଟ କରିବାକୁ ସମସ୍ତେ ନାକ ଟେକିଛନ୍ତି  । ଖୋଦ ନିଜ ଦଳର ନେତା ମଧ୍ୟ ଜୟନାରାୟଣଙ୍କ ସାଥ ଦେଉ ନାହାଁନ୍ତି  । ସୁରକ୍ଷା ଦାୟିତ୍ୱରେ ରହୁଥିବା ପୋଲିସ ଅଧିକାରୀ, ଯିଏ ଆଇନ ଶୃଙ୍ଖଳାକୁ ରକ୍ଷା କରିବା ଦିଗରେ ଅହରହ ପ୍ରଚେଷ୍ଟା କରିଥାନ୍ତି  । ତାଙ୍କୁ ଆକ୍ରମଣ କରିବା  । ପୁଣି ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଆଦୌ ଗ୍ରହଣୀୟ ନୁହେଁ  । ଏଭଳି ଆଚରଣକୁ ରାଜ୍ୟବାସୀ ଗ୍ରହଣ କରୁ ନାହାଁନ୍ତି  । ପୂର୍ବରୁ ଜୟନାରାୟଣଙ୍କ ନାମରେ ଅପରାଧିକ ରେକର୍ଡ ରହିଥିବାବେଳେ ଏବେ ପୁଣି ଘଟାଇଛନ୍ତି କାଣ୍ଡ  । ପଢନ୍ତୁ ବିରୋଧି ଦଳ ନେତା ଜୟନାରାୟଣଙ୍କୁ ନେଇ କିଏ କଣ କହୁଛନ୍ତି…

ଧର୍ମେନ୍ଦ୍ର ପ୍ରଧାନ  

ଜୟନାରାୟଣଙ୍କ ଅପରାଧିକ ଘଟଣାରେ ସାଥ୍ ଦେଉନି ନିଜ ଦଳ  । ରାଜ୍ୟବ୍ୟାପୀ ଆକ୍ରୋଶ ଏବଂ ଆନ୍ଦୋଳନ ପରେ ମୁହଁ ଖୋଲିଛନ୍ତି ବିଜେପି ନେତା  ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ଗଣତନ୍ତ୍ରରେ ଏପରି କାର୍ଯ୍ୟ ଶୋଭନୀୟ ନୁହେଁ  । ମହିଳା ଆଇଆଇସିଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାକୁ ନେଇ ଧର୍ମେନ୍ଦ୍ର ନିନ୍ଦା କରିଛନ୍ତି  । ଗଣତନ୍ତ୍ରରେ ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ପ୍ରଫୁଲ ଘଡେଇ

ଯିଏ ବିରୋଧ ଦଳ ନେତା ପଦରେ ଅଭିସିକ୍ତ ହେଉଛନ୍ତି  । ସିଏ ପ୍ରଥମେ ନିଜ ପଦ ପର୍ଯ୍ୟାଦା ରଖନ୍ତୁ  । ଜଣେ ମହିଳାଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ଘୃଣ୍ୟ  । ଲୋକପ୍ରତିନିଧି ନିଜ ଆଚରଣ ଓ ଉଚ୍ଚାରଣକୁ ଧ୍ୟାନ ଦେବା ଉଚିତ  । ପ୍ରଶାସନ କର୍ମକର୍ତ୍ତାଙ୍କ ସହ ଲୋକପ୍ରତିନିଧି କାର୍ଯ୍ୟ କରିବା ଦରକାର  । ଯାହାଦ୍ୱାରା ଗଣତନ୍ତ୍ର ମଜଭୁତ ହୋଇଥାଏ  । କିନ୍ତୁ ଜଣେ ବିରୋଧି ଦଳ ନେତା ଏଭଳି ଆଚରଣ କରିବା ସ୍ମୃହଣୀୟ ନୁହେଁ  । ହିଂସାତ୍ମକ ପ୍ରଥା ଆପଣାଇବା, ଥାପଡ ମାରିବା, ଧମକ ଦେବା, ଅଭ୍ରଦ ଭାଷାରେ ଗାଳି କରିବା ଆଦି ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡ଼େଇ  ।

ସୁର ରାଉତରାୟ

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ର ସଞ୍ଜମତା ରକ୍ଷା କରିବା ଉଚ୍ଚିତ । ସବୁବେଳେ ହିଂସାତ୍ମକ ଆଚରଣ କରିବା ତାଙ୍କୁ ଶୋଭା ପାଉନାହିଁ । ତାଙ୍କର ଏଭଳି ଆଚରଣରୁ ଯୁବ ସମାଜ ଓ ଛାତ୍ର ସମାଜ କି ଶିକ୍ଷା ଲାଭ କରିବେ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ ।

ଅପରାଜିତା ଷଡ଼ଙ୍ଗୀ

ବିରୋଧି ଦଳର ନେତା ଅଛନ୍ତି ଜୟ ନାରାୟଣ ମିଶ୍ର  । ସେ ମହିଳା ପୋଲିସ ଅଧିକାରୀ ହୁଅନ୍ତୁ କିମ୍ବା ପୁରୁଷ ପୋଲିସ  । ଆମେ ସମସ୍ତେ ଜୟନାରାୟଣ ମିଶ୍ରଙ୍କ କାର୍ଯ୍ୟକଳାପରେ ମର୍ମାହତ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ  । ଆଇନ୍ ତା ବାଟରେ ଯିବ  । ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ  ।

ନରସିଂହ ମିଶ୍ର

ଜୟନାରାୟଣ ମିଶ୍ର ଧନୁପାଲି ଥାନାଧିକାରୀଙ୍କୁ ଆକ୍ରମଣ ଘଟଣା I ବଲାଙ୍ଗୀର ବିଧାୟକ ତଥା କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନିନ୍ଦା I ମହିଳା ଅଧିକାରୀଙ୍କ ପ୍ରତି ଏଭଳି ଆଚରଣ କେବେବି ଗ୍ରହଣୀୟ ନୁହେ I ବିରୋଧୀ ଦଳ ନେତା ସମ୍ବିଧାନ ବ୍ୟବସ୍ଥା ଅନୁଯାଇ ପଦପଦବୀ ପାଇଥାନ୍ତି I ଆଇନଶୃଙ୍ଖଳା ଭଙ୍ଗ ପାଇଁ ଆନ୍ଦୋଳନ କରୁଛନ୍ତି କିନ୍ତୁ ନିଜେ ଆଇନଶୃଙ୍ଖଳା ଭଙ୍ଗ କରୁଛନ୍ତି I ବିରୋଧୀ ଦଳର ନେତାଙ୍କ ବ୍ୟବହାର ଅତି ମାର୍ଜିତ ହେବା କଥା I ହେଲେ ବିରୋଧୀ ଦଳ ନେତା ଭବରେ ଜୟନାରାୟଣ ନିଜ ସମ୍ମାନ ରକ୍ଷା କରୁନାହାନ୍ତି ବୋଲି ନରସିଂହ କହିଛନ୍ତି ।

ଦାମୋଦର ରାଉତ 

ଜୟନାରାୟଣ ମିଶ୍ର କେବଳ ବିଧାୟକ ନୁହଁନ୍ତି  । ସେ ଜଣେ ବିରୋଧି ଦଳର ନେତା  । ନିଜ ପଦବୀର ମର୍ଯ୍ୟାଦା ରକ୍ଷା କରିବା ପଛ କଥା, ନିଜ ଅପରାଧିକ କାର୍ଯ୍ୟକଳାପକୁ ଜାରି ରଖିଛନ୍ତି  । ମହିଳା ପୋଲିସ ମିଛ କହି ନାହାଁନ୍ତି  । ଭାରତୀୟ ଜନତା ପାର୍ଟିର ଏ ଚରିତ୍ର ସ୍ପଷ୍ଟ କରୁଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ କିଏ ବ୍ୟାଘାତ ସୃଷ୍ଟି କରୁଛନ୍ତି  । ଯେଉଁମାନେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରୁଛନ୍ତି  । ସେହିମାନେ ଆନ୍ଦୋଳନ କରୁଛନ୍ତି  । ଜମେ କ୍ରୋଧୀ ବ୍ୟକ୍ତି ଭାବେ ତାଙ୍କ ଆଚରଣ ସର୍ବଦା ଅପରାଧମୂଳକ  । ସମ୍ବଲପରରୁ ରାଜ୍ୟ ସାରା ସମସ୍ତେ ଜୟନାରାୟଣଙ୍କ ଚରିତ୍ର ଜାଣନ୍ତି  । ଏଭଳି ଲଜ୍ୟାଜନକ ଘଟଣା କେବଳ ଜୟ ନାରାୟଣଙ୍କ ନୁହେଁ, ବିଜେପିର ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ  ।