spot_img

Latest Posts

ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ନନ୍ଦିଘୋଷ ବ୍ୟୁରୋ : ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ। ଏହାକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ବିଧାନସଭାରେ ବସିବାକୁ ଥିବା ଏହି ଅଧିବେଶନ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ଯକ୍ରମ ରହିଛି। ଦେଶର କେନ୍ଦ୍ରୀୟ ବିଧାନସଭାର ପ୍ରଥମ ନିର୍ବାଚିତ ବାଚସ୍ପତି ଭାବେ ବିଠଲ ଭାଇ ପଟେଲ ଦାୟିତ୍ବ ନେବାର ଶତବାର୍ଷିକୀ ଅବସରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ସମ୍ମିଳନୀରେ ଏକ ପ୍ରଦର୍ଶନୀର ଆୟୋଜନ କରାଯିବା ସହ ଏକ ସ୍ବତନ୍ତ୍ର ବୃତ୍ତଚିତ୍ର ପ୍ରଦର୍ଶିତ କରାଯିବ। ବିଠଲଭାଇ ପଟେଲଙ୍କ ଜୀବନ ସଂଗ୍ରାମ, ସଂସଦୀୟ ଗଣତନ୍ତ୍ର ଲାଗି ଅବଦାନ, ସ୍ବାଧୀନତା ସଂଗ୍ରାମରେ ଭୂମିକା ସମ୍ପର୍କରେ ଆଲୋଚନା ହେବ। ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଏହି ଅଧିବେଶନର ଦାୟିତ୍ବ ନେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ରହିବେ। ସମ୍ମିଳନୀର ଉଦଯାପନୀ ଦିବସରେ ଅଧ୍ୟକ୍ଷତା କରିବେ ଲୋକସଭା ବାଚସ୍ପତି ଓମ ବିରଲା।

Latest Posts

Don't Miss